
ଜୟପୁର, ୨୫ ଏପ୍ରିଲ୍ (ହି.ସ.) - ଦେଶି ଓ ବିଦେଶି ମଦ ଚାଲାଣ ବେଳେ ଜୟପୁର ଅବକାରି ଥାନା ଆଜି ଚଡାଉ କରି ୨ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ଗୋଡିଆ ଧୋବା ସାହି ସୁରେଶ ଚନ୍ଦ୍ର ନାୟକ (୪୦) ଓ ଏକମ୍ବା ସୁଧିର କୁମାର ବେହେରା (୫୨) । ସୂଚନା ଅନୁଯାଇ ଦେଶି ଓ ବିଦେଶି ଚାଲାଣ ବେଳେ ଗୋଡିଆ ଧୋବା ସାହି ଓ ଏକମ୍ବା ରାସ୍ତାରେ ଚଢାଉ କରି ବିଦେଶି ମଦ ୮.୫୨ ଲିଟର ଓ ୧୬ ଲିଟର ଦେଶି ମଦ ଜବତ କରିଛି । ଗିରଫ ଦୁଇ ଅଭିଯୁକ୍ତ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବିଷୟ ଜୟପୁର ଅବକାରି ଥାନା ଓଆଇସି ସୁବ୍ରତ କେଶୋରି ହିରନ ସୁଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି