ଫୁଟବଲ ସିଏମ୍ ଟ୍ରଫି ଦ୍ୱିତୀୟ ସଂସ୍କରଣ ଉଦ୍ଘାଟିତ
କେନ୍ଦ୍ରାପଡ଼ା, ୨୫ ଏପ୍ରିଲ୍(ହି.ସ.) – ୧୪ ବର୍ଷରୁ କମ ବାଳକ ବିଭାଗର ସିଏମ୍ ଟ୍ରଫି ଦ୍ୱିତୀୟ ସଂସ୍କରଣ ଫୁଟ୍ବଲ ପ୍ରତିଯୋଗିତା ହରି ହରାନନ୍ଦ ଆଶ୍ରମ ସ୍କୁଲ ପଡିଆରେ ଉଦ୍ଘାଟିତ ହୋଇଯାଇଛି। ଆଶ୍ରମର ମୁଖ୍ୟ ପରିଚାଳକ ଆଦିତ୍ୟାନନ୍ଦ ଗିରି ଓ ଅଧ୍ୟକ୍ଷ ଡ଼ଃ ମଳୟାନନ୍ଦ ଗିରି ଉପସ୍ଥିତ ରହି ଖେଳାଳୀମାନଙ୍କୁ ଫୁ
ଫୁଟବଲ ସିଏମ୍ ଟ୍ରଫି ଦ୍ୱିତୀୟ ସଂସ୍କରଣ ଉଦ୍ଘାଟିତ


କେନ୍ଦ୍ରାପଡ଼ା, ୨୫ ଏପ୍ରିଲ୍(ହି.ସ.) – ୧୪ ବର୍ଷରୁ କମ ବାଳକ ବିଭାଗର ସିଏମ୍ ଟ୍ରଫି ଦ୍ୱିତୀୟ ସଂସ୍କରଣ ଫୁଟ୍ବଲ ପ୍ରତିଯୋଗିତା ହରି ହରାନନ୍ଦ ଆଶ୍ରମ ସ୍କୁଲ ପଡିଆରେ ଉଦ୍ଘାଟିତ ହୋଇଯାଇଛି। ଆଶ୍ରମର ମୁଖ୍ୟ ପରିଚାଳକ ଆଦିତ୍ୟାନନ୍ଦ ଗିରି ଓ ଅଧ୍ୟକ୍ଷ ଡ଼ଃ ମଳୟାନନ୍ଦ ଗିରି ଉପସ୍ଥିତ ରହି ଖେଳାଳୀମାନଙ୍କୁ ଫୁଟବଲ ଖେଳରେ ଭାତୃଭାବ ଏବଂ ଶୃଙ୍ଖଳା ଆଚରଣ ଜୀବନରେ ଅତ୍ୟନ୍ତ ଆବଶ୍ୟକ ବୋଲି ମତବ୍ୟକ୍ତ କରିବା ସହ ରାଜ୍ୟ ସରକାରଙ୍କ ଏହି ପ୍ରତିଯୋଗିତା ନୂତନ କ୍ରୀଡ଼ାବିତ୍ ଅନୁସନ୍ଧାନର ମୂଳ ଲକ୍ଷ୍ୟ େବୋଲି ମତ ରଖିଥିଲେ। ଜିଲ୍ଲା କ୍ରୀଡ଼ା ସଂସଦର ସହ ଯୋଗରେ ଏହି ପ୍ରତିଯୋଗିତା ପ୍ରତିଦିନ ସକାଳ ଏବଂ ଅପରାହ୍ନରେ ଅନୁଷ୍ଠିତ ହେବ ବୋଲି ସଂସଦର ସଂପାଦକ ସୟଦ ଅକମଲ ଅଲ୍ଲୀ ଘୋଷଣା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କ୍ରୀଡ଼ା ସଂପାଦକ ଜ୍ୟୋର୍ତିମୟ ଦାସ, କୋଷାଧ୍ୟକ୍ଷ ଯୁଧିଷ୍ଠିର ଲେଙ୍କା, ପୂର୍ବତନ ମହିଳା ଖେଳାଳୀ ଗାୟତ୍ରୀ ମଲିକ, ଆଲୋଚନା ସେନାପତି, ରଶ୍ମିତା ପାତ୍ର ପ୍ରମୁଖ ଖେଳାଳୀ ଚୟନ ନିମିତ ଉପସ୍ଥିତ ଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande