ହନୁମାନଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା
ଭୁବନ, ୨୫ ଏପ୍ରିଲ (ହି.ସ.)- ଭୁବନ ଏନ୍ ଏ ସି ଅନ୍ତର୍ଗତ ଲତବିଲ ସ୍ଥିତ ଶ୍ରୀ ଶ୍ରୀ ହନୁମାନଜୀଉଙ୍କର ଗତ ଗୁରୁବାର ଠାରୁ ଆରମ୍ଭ ହୋଇଥିବା ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଶନିବାର ଅପରାହ୍ନରେ ଉଦଯାପିତ ହୋଇଯାଇଛି। ଗୁରୁବାର ଅପରାହ୍ନରେ ରାମ ମନ୍ଦିରରେ ପୂଜାର୍ଚ୍ଚନା କରି ଶତାଧିକ ମହିଳା ପୁ
ହନୁମାନ ଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା


ଭୁବନ, ୨୫ ଏପ୍ରିଲ (ହି.ସ.)- ଭୁବନ ଏନ୍ ଏ ସି ଅନ୍ତର୍ଗତ ଲତବିଲ ସ୍ଥିତ ଶ୍ରୀ ଶ୍ରୀ ହନୁମାନଜୀଉଙ୍କର ଗତ ଗୁରୁବାର ଠାରୁ ଆରମ୍ଭ ହୋଇଥିବା ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଶନିବାର ଅପରାହ୍ନରେ ଉଦଯାପିତ ହୋଇଯାଇଛି। ଗୁରୁବାର ଅପରାହ୍ନରେ ରାମ ମନ୍ଦିରରେ ପୂଜାର୍ଚ୍ଚନା କରି ଶତାଧିକ ମହିଳା ପୁରୁଷ ବେଣାଗାଡିଆରୁ ପବିତ୍ର ଜଳ ସଂଗ୍ରହ କରି ସହର ପରିକ୍ରମା କରି ଘଟ ସ୍ଥାପନ କରିଥିଲେ। ପରେ ଅଙ୍କୁରାରୋପଣ , ମଣ୍ଡଳ ବିନ୍ୟାସ, ନାମ ସଂକୀର୍ତ୍ତନ ଅନୁଷ୍ଠିତ ହୋଇଥିଲା । ବ୍ୟାସ ମଳୟ କୁମାର ତ୍ରିପାଠୀଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଦୀପକ ପୃଷ୍ଟି, ମୋନାଲିସା ପୃଷ୍ଟି, ସନାତନ ଦାସ, ରଶ୍ମିତା ଦାସ ସସ୍ତ୍ରିକ କର୍ତ୍ତା ଭାବେ ଦାୟିତ୍ଵ ତୁଲାଇଥିଲେ । ଶୁକ୍ରବାର ଗୋପୂଜା, ସୂର୍ଯ୍ୟପୂଜା, ଶାଳପୂଜା, ଅଗ୍ନି ପୂଜନ, ବାସ୍ତୁ ମଣ୍ଡଳ ପୂଜା, ମହାସ୍ନାନ, ଧ୍ୱଜା ସ୍ଥାପନ ଓ ନାମ ସଂକୀର୍ତ୍ତନ ଅନୁଷ୍ଠିତ ହୋଇଥିଲା । ଶନିବାର ଚଣ୍ଡୀପାଠ, ପୂର୍ଣ୍ଣାହୂତି ଓ ସଂକୀର୍ତ୍ତନ ପରେ ଆନନ୍ଦ ବଜାରରେ ପ୍ରାୟ ୨ ହଜାର ଶ୍ରଦ୍ଧାଳୁ ଭକ୍ତ ସାମୁହିକ ପ୍ରସାଦ ସେବନ କରିଥିଲେ। ତିନିଦିନ ଧରି ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଭୋଳେଶ୍ବର ସାହୁ, ସୁକାନ୍ତ ସାହୁ, ଧନେଶ୍ୱର ବେହେରା, ମଙ୍ଗୁଳି ଚରଣ ପାତ୍ର, ବିନୋଦ ବେହେରା, ଦୀପକ ବେହେରା, ହୃଷିକେଶ ନାୟକ, ବ୍ରହ୍ମାନନ୍ଦ ପାତ୍ର ଓ ଲଟାବିଲ ଗ୍ରାମବାସୀ ପ୍ରମୁଖ ସକ୍ରିୟ ଅଂଶଗ୍ରହଣ ଓ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / SUSHANTA KUMAR POTHAL


 rajesh pande