
କେନ୍ଦୁଝର, ୨୫ ଏପ୍ରିଲ୍(ହି.ସ.) – କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତାବିତ ମହିଳା ସଂରକ୍ଷଣ ବିଲ ବିଫଳ ହେବାକୁ ପ୍ରତିବାଦ କରି କେନ୍ଦୁଝର ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ‘ଜନ ଆକ୍ରୋଶ’ ମହିଳା ଶୋଭାଯାତ୍ରା ଆୟୋଜିତ ହୋଇଛି। ଜିଲ୍ଲା ବିଜେପି ସଭାପତି ଶୁକଦେବ ମହାନ୍ତ ଓ ଯୁବମୋର୍ଚା ସଭାପତି ରୁଦ୍ର ଶଙ୍କର ବେହେରାଙ୍କ ତତ୍ୱାବଧାନରେ ଏହି ଶୋଭାଯାତ୍ରା ଅନୁଷ୍ଠିତ ହୋଇଥୂଲା। କାର୍ଯ୍ୟକ୍ରମରେ ଜିଲ୍ଲା ସାଧ ସାଧାରଣ ସମ୍ପାଦକ ଅଗନୁ ଚରଣ ମହାନ୍ତ, ଜସ୍ୱସିନୀ ବଳ, ଯୁବମୋର୍ଚ୍ଚା ସମ୍ପାଦିକା ଦୀପାରାଣୀ ମହାକୁଡ଼ ସହିତ ଯୋଡ଼ା ଅଂଚଳର ଶତାଧୂକ ମହିଳା ବୁଦ୍ଧିଜୀବୀ ଓ ସାଧାରଣ ଲୋକ ଦେଇଥିଲେ। ଏହି ଶୋଭାଯାତ୍ରା ଯୋଗଦେଇଥୂଳେ ଯୋଡ଼ାସ୍ଥିତ ଫେରୋ ପ୍ଲାଂଟ ନିକଟରୁ ଆରମ୍ଭହୋଇ ଯୋଡ଼ା ବସ୍ଷ୍ଟାଣ୍ଡ ଖଣ୍ଡ ପର୍ଯ୍ୟନ୍ତ ଯାଇଥିଲା। ସେଠାରେ ପହଂଚି ପ୍ରତିବାଦ ସଭା ଓ ବିକ୍ଷୋଭପ୍ରଦର୍ଶନ କରାଯାଇଥିଲା।ଏହା ସହିତ ରାହୁଲ ଗାନ୍ଧୀ ସମେତ ଇଣ୍ଡିଆ ମେଣ୍ଡର କିଛି ନେତୃବୃନ୍ଦଙ୍କ କୁଶପୁତଳିକା ଦାହ କରାଯାଇଥିବା ଜଣାପଡ଼ିଛି। ଏହି ଅବସରରେ ଆୟୋଜକମାନେ ନ କେନ୍ଦ୍ର ସରକାରଙ୍କ ମହିଳା ସଂରକ୍ଷଣ ସମ୍ବନ୍ଧୀଯ ପଦକ୍ଷେପକୁ ସମର୍ଥନ କରିଥିବା ବେଳେ, ବିଲ୍ଟି ପାସ୍ ନହେବାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA