

ସମ୍ବଲପୁର, ୨୫ ଏପ୍ରିଲ୍(ହି.ସ.) –ରାଜ୍ୟ ଜନଗଣନା ସହକାରୀ ନିର୍ଦ୍ଦେଶକ ଲକ୍ଷ୍ମଣ ମୁଖୀ ଶୁକ୍ରବାର ସମ୍ବଲପୁର ଗସ୍ତ କରି ଗୃହ ଗଣନା ପ୍ରକ୍ରିୟାର ସମୀକ୍ଷା କରିଛନ୍ତି। ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ବଡ଼ବଜାର, ବରେଇପାଲି, ସିନ୍ଦୂରପଙ୍କ, ଧନକଉଡ଼ା ଆଦି ସ୍ଥାନରେ ତୃଣମୂଳ ସ୍ତରରେ କାର୍ଯ୍ୟରତ ଗଣନାକାରୀ ଓ ସୁପରଭାଇଜରଙ୍କ ସହ ସାମିଲ ହୋଇ ପ୍ରତ୍ୟେକ୍ଷ ଭାବରେ ଜନଗଣନା କାର୍ଯ୍ୟର ତଦାରଖ କରିଥିଲେ। ଏହି ପରିପ୍ରେକ୍ଷୀରେ ମହାନଗର ନିଗମ ଆୟୁକ୍ତ ରେହାନ ଖେତ୍ରି ମଧ୍ୟ ଉପସ୍ଥିତ ଥିଲେ। ଗଣନାକାରୀଙ୍କ ସୁରକ୍ଷା, ଜନ ଗଣନାରେ ଜନତାଙ୍କ ଭାଗିଦାରୀ, ଡିଜିଟାଲ ଜନଗଣନାରେ ପ୍ରୋଦ୍ୟୋଗିକୀ ପରିବର୍ତନ ଆଦି ପ୍ରସଙ୍ଗରେ ଗୁରୁତ୍ୱାରୋପ କରାଯାଇଥିଲା। ଉପ ଆୟୁକ୍ତ ସୀମା ସବିତା କୁଲ୍ଲୁ , ସୀତାଦେବୀ ମାଝୀ , ଭିକ୍ଟର ସୋରେଙ୍ଗ, ସହ ଆୟୁକ୍ତ ଅଶୋକ ମିଶ୍ର , ଶ୍ରୀକାନ୍ତ ପାତ୍ର, ସୁଗମ ମିଶ୍ର ପ୍ରମୁଖ ବିଭାଗୀୟ ଅଧିକାରୀ ମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଶୈଳେଶ