
ଝାରସୁଗୁଡ଼ା, ୨୫ ଏପ୍ରିଲ୍ (ହି.ସ.) - ଝାରସୁଗୁଡା ସଂଗଠନାତ୍ମକ ଜିଲ୍ଲାରେ ବିଜୁ ମହିଳା ଜନତା ଦଳ (ବିଏମଜେଡି) ପକ୍ଷରୁ ନୂତନ ବ୍ଲକ ଓ ନଗର ସଭାପତିଙ୍କ ନିଯୁକ୍ତି ଘୋଷଣା କରାଯାଇଛି। ବିଜୁ ଜନତା ଦଳର ଅଧ୍ୟକ୍ଷ ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ଏହି ନିଯୁକ୍ତିଗୁଡିକ ହୋଇଛି।
ଘୋଷଣା ଅନୁସାରେ ବେଲପାହାଡ଼ ମୁନିସିପାଲିଟି ପାଇଁ ରତ୍ନା ବିଶ୍ୱାସ, ବ୍ରଜରାଜନଗର ମୁନିସିପାଲିଟି ପାଇଁ ନଳିନୀ ପାଧାନ, ଲଖନପୁର ବ୍ଲକ ପାଇଁ ଲକ୍ଷ୍ମୀ ବେହେରା, କିରମିରା ବ୍ଲକ ପାଇଁ ସ୍ୱପ୍ନମୟୀ ପଟେଲ ଓ ଝାରସୁଗୁଡା ବ୍ଲକ ପାଇଁ ଝରଣା ସାଗରଙ୍କୁ ସଭାପତି ଭାବେ ନିଯୁକ୍ତ କରାଯାଇଛି।
ସେହିପରି, ଲାଇକେରା ବ୍ଲକ ପାଇଁ ଲିପ୍ସା ରଣା, ଝାରସୁଗୁଡା ମୁନିସିପାଲିଟି ପାଇଁ ଜ୍ୟୋତି ସୁନାର ଓ କୋଳାବିରା ବ୍ଲକ ପାଇଁ ନିରୂପମା ପ୍ରଧାନଙ୍କୁ ମଧ୍ୟ ଦାୟିତ୍ୱ ଦିଆଯାଇଛି।
ଦଳ ପକ୍ଷରୁ କୁହାଯାଇଛି ଯେ, ଏହି ନୂତନ ନିଯୁକ୍ତି ମାଧ୍ୟମରେ ଜିଲ୍ଲାରେ ସଂଗଠନକୁ ଆହୁରି ଶକ୍ତିଶାଳୀ କରାଯିବ ଓ ମହିଳା ସଶକ୍ତିକରଣରେ ଗୁରୁତ୍ୱ ଦିଆଯିବ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ