
କେନ୍ଦୁଝର, ୨୫ ଏପ୍ରିଲ୍ (ହି.ସ.) - ପାଟଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କେନ୍ଦେଇପସି ମଣ୍ଡଳରେ ଆଜି ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟ ମହାଅଭିଯାନ ପ୍ରଶିକ୍ଷଣ ଶିବିର, ତୁରୁମୁଙ୍ଗା କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ପ୍ରଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ। ବିଜେପି କୃଷକ ମୋର୍ଚ୍ଚା ର ପୂର୍ବତନ ରାଜ୍ୟ ସଭାପତି ମହେଶ୍ୱର ସାହୁଏହି ପ୍ରଶିକ୍ଷଣ ଶିବିର ରେ ବିଜେପି ଇତିହାସ ଓ ବିକାଶ ଉପରେ ଆଲୋଚନା କରିଥିଲେ । ଜନ ସଂଘ ରୁ ବିଜେପି ଦୀର୍ଘ ୭୬ ବର୍ଷ ର ରାଜନୈତିକ ଇତିହାସ ଉପରେ ଆଲୋକପାତ କରିଥିଲେ। ବିଜେପି ସଂଗଠନକୁ ସର୍ବବ୍ୟାପୀ ସର୍ବ ସ୍ପର୍ଶ କରିବା ପାଇଁ ସମସ୍ତ କାର୍ଯ୍ୟକର୍ତାମାନେ କାମ କରିବା ପାଇଁ ଆହ୍ୱାନ ଦେଇଥିଲେ।
ପ୍ରଶିକ୍ଷଣ ଶିବିର ରେ କେନ୍ଦୁଝର ସାଂସଦ ଶ୍ରୀ ଅନନ୍ତ ନାୟକ ଓ ବିଜେପି ଜିଲ୍ଳା ସାଧାରଣ ସମ୍ପାଦକ ଶ୍ରୀ ଅନୁବ୍ରତ ବେହେରା ବିଭିନ୍ନ ବିଷୟ ଉପରେ ଆଲୋଚନା କରିଥିଲେ। ମଣ୍ଡଳ ସଭାପତି ଶ୍ରୀ ଜୁଲିଅସ ସିଂ ସଭାପତିତ୍ୱ କରିଥିଲେ। ବିଜେପି ର ବରିଷ୍ଠ ନେତା ବିପିନ ମହାନ୍ତ ପ୍ରଶିକ୍ଷଣ ଶିବିର ସଂଚାଳନ କରିଥିଲେ। ଏହି କାର୍ଯ୍ୟକ୍ରମରେ ରଜନୀକାନ୍ତ ମିଶ୍ର, ବ୍ରଜବନ୍ଧୁ ସାହୁ, ହୃଷୀକେଶ ସାହୁ, ଦୀଲିପ କୁମାର ନାୟକ, ହରିହର ମହାନ୍ତ, ମିତ୍ରଭାନୁ ମହାନ୍ତ, ପ୍ରିୟରଞ୍ଜନ୍ ସିଂହ, ମଣି ଭୂଷଣ ବାରିକ, କଲ୍ୟାଣ ମହାନ୍ତ, ତପନ କୁମାର ସାହୁ, ପ୍ରମୁଖ ନେତୃବୃନ୍ଦ ଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ଯୋଗଦାନ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA