ଜାତୀୟ ପଂଚାୟତରାଜ ଦିବସରେ ଜିଲ୍ଲା ସ୍ତରରେ ମଙ୍ଗଳପୁର ସରପଂଚ ସମ୍ମାନିତ
ଭଦ୍ରକ, ୨୫ ଅପ୍ରେଲ (ହି.ସ.) - ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଧିନ ମଙ୍ଗଳପୁର ପଂଚାୟତ ସରପଂଚ ପୁଷ୍ପାଞ୍ଜଳୀ ଲେଙ୍କା ଜାତୀୟ ପଂଚାୟତ ରାଜ ଦିବସ -୨୦୨୬ରେ ଜିଲ୍ଲା ସ୍ତରରେ ସମ୍ମାନିତ ହୋଇଥିବା ଜଣାଯାଇଛି। ଜିଲ୍ଲା ସ୍ତରୀୟ ଅନୁଷ୍ଠିତ ପଂଚାୟତ ରାଜ ଦିବସ ସମାରୋହରେ ଜିଲ୍ଲା ପାଳ ଦିଲ୍ଲୀପ ରାଉତରାଏ ମୁଖ
MANGALPUR SARAPANCH SANMANITA


ଭଦ୍ରକ, ୨୫ ଅପ୍ରେଲ (ହି.ସ.) - ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଧିନ ମଙ୍ଗଳପୁର ପଂଚାୟତ ସରପଂଚ ପୁଷ୍ପାଞ୍ଜଳୀ ଲେଙ୍କା ଜାତୀୟ ପଂଚାୟତ ରାଜ ଦିବସ -୨୦୨୬ରେ ଜିଲ୍ଲା ସ୍ତରରେ ସମ୍ମାନିତ ହୋଇଥିବା ଜଣାଯାଇଛି। ଜିଲ୍ଲା ସ୍ତରୀୟ ଅନୁଷ୍ଠିତ ପଂଚାୟତ ରାଜ ଦିବସ ସମାରୋହରେ ଜିଲ୍ଲା ପାଳ ଦିଲ୍ଲୀପ ରାଉତରାଏ ମୁଖ୍ୟାତିଥିଭାବେ ଯୋଗଦେଇ ସରପଂଚ ଶ୍ରୀମତୀ ଲେଙ୍କାଙ୍କୁ ପ୍ରସଂଶା ପତ୍ର,ଫଳକ ଓ ଉପଢୌକନ ପ୍ରଦାନକରି ସମ୍ନାନିତ କରିଥିଲେ।ବରେଣ୍ୟ ଅତିଥିଭାବେ ସାଂସଦ ଅଭିମନ୍ୟୁ ସେଠୀ,ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶୁଭେନ୍ଦ୍ର ସାମଲ,ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତୀଙ୍କ ସମେତ ଅନ୍ୟ ଅତିଥିମାନେ ଉପସ୍ଥିତଥିଲେ। ପଂଚମ ଅର୍ଥ କମିଶନଙ୍କ ଅନୁଦାନର ସଠିକ ବିନିଯୋଗ କରି ଜିଲାସ୍ତରରେ ପ୍ରଥମ ହୋଇଥିବା ବେଳେ ସ୍ୱଚ୍ଛଭାରତ ମିଶନ ଅଧୀନରେ ଗ୍ରାମୀଣ ପରିମଳ ସେବାଗୁଡିକୁ ସୁଦୃଢକରି ସ୍ୱଚ୍ଛ,ସୁସ୍ଥ ଓ ସୁନ୍ଦର ଭଦ୍ରକ ଗଢିବା ବହୁମୂଲ୍ୟ ଅବଦାନ ପାଇଁ ପ୍ରଶାସନ ପକ୍ଷରୁ ସରପଂଚ ଶ୍ରୀମତୀ ଲେଙ୍କାଙ୍କୁ ତିହିଡି ପଂଚାୟତ ସମିତିର ପ୍ରଥମ ସରପଂଚ ଭାବେ ସମ୍ମାନିତ କରାଯାଇଛି।ତାଙ୍କର ଏହି ମହତକାର୍ଯ୍ୟ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସହେବ ବୋଲି ପ୍ରଶାସନ ଅଶାବ୍ୟକ୍ତ କରିଛି।ସରପଂଚ ଶ୍ରୀମତୀ ଲେଙ୍କା ସମ୍ନାନିତ ହେବାପରେ ପଂଚାୟତର ଲୋକମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande