
କେନ୍ଦ୍ରାପଡ଼ା, ୨୫ ଏପ୍ରିଲ୍(ହି.ସ.) – ବିଶିଷ୍ଟ ଶିକ୍ଷାବିତ୍ ତଥା ସମାଜସେବୀ ଓ ଶ୍ରୀ ସତ୍ୟସାଇ ଭଜନ ମଣ୍ଡଳୀର ଆବାହକ ସ୍ୱର୍ଗତ କୁଳମଣି ମିଶ୍ରଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧ ଉପଲକ୍ଷେ ଏକ ଗ୍ରୀଷ୍ମକାଳୀନ ରକ୍ତଦାନ ଶିବିର ଅମୃତ ବିନ୍ଦୁ ଓ ଭଗବାନ ସତ୍ୟସାଇ ବାବାଙ୍କ ଷୋଡଷ ଉପଚାର ପୂଜା, ଭଜନ ଓ ସତସଂଗ ଆୟୋଜନ କରାଯାଇ ଥିଲା। କେନ୍ଦ୍ରାପଡ଼ା ବ୍ଲକ ଅଧିନ ଠାକୁରପାଟଣା ସମିତିର ଭାଇମାନଙ୍କ ଦ୍ୱାରା ପରିଚାଳିତ ଏହି କାର୍ଯ୍ୟକ୍ରମରେ ଶିବ ପ୍ରସାଦ ମହାନ୍ତି, ଶ୍ରୀହର୍ଷ ବିହାରୀ ଦାସ, ଶ୍ରୀମତୀ ସଫଳା ଦାସ ପ୍ରମୁଖ ଯୋଗଦେଇ ସତ୍ୟସାଇ ବାବାଙ୍କ ଜୀବନାଦର୍ଶ ଓ ସେବାମୂଳକ କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ। ଶ୍ରୀ ସତ୍ୟସାଇ ସେବା ସଂଗଠନ ସାଇ ଜିଲ୍ଲା କେନ୍ଦ୍ରାପଡ଼ାର ସଭାପତି ଉମେଶ ଚନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିବାବେଳେ ପ୍ରଫେସର ସଂଜୟ କୁମାର ମିଶ୍ର, ଇଂ. ସ୍ମୃତିକାନ୍ତ ମିଶ୍ର ଓ ଅଧ୍ୟାପକ ଶ୍ରୀନିବାସ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ। ଶିବିରରେ ୪୬ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା।
.......................................
ହିନ୍ଦୁସ୍ଥାନ ସମାଚାର / ରବି