ମହାତ୍ମାଗାନ୍ଧୀ ରାସ୍ତା ସଂପ୍ରସାରଣ ଉଚ୍ଛେଦ ପରେ ଆଜି ଲାଗିଲା ଷ୍ଟ୍ରିଟ ଲାଇଟ
ଜୟପୁର, ୨୫ ଏପ୍ରିଲ୍ (ହି.ସ.) - ଜୟପୁର ଏମଜିରୋଡ ସଂପ୍ରସାରଣ ସହ ଜବରଦଖଲ ଉଚ୍ଛେଦ ହେବାର ଦୀର୍ଘ ଦେଢ ବର୍ଷ ପରେ ଆଜି ରାସ୍ତାର ଉଭୟ ପଟେ ଷ୍ଟ୍ରିଟ ଲାଇଟ ଗୁଡିକ ଲଗାଯାଇଛି। ରାସ୍ତା ସଂପ୍ରସାରଣ କରିବା ନିମନ୍ତେ ଗତ ୧୪ ନଭେମ୍ବର ୨୦୨୪ ରେ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଥିଲା। ପରେ ପୂର୍ତବିଭାଗ ପକ୍
ମହାତ୍ମାଗାନ୍ଧୀ ରାସ୍ତା ସଂପ୍ରସାରଣ ଉଚ୍ଛେଦ ପରେ ଆଜି ଲାଗିଲା ଷ୍ଟ୍ରିଟ ଲାଇଟ


ଜୟପୁର, ୨୫ ଏପ୍ରିଲ୍ (ହି.ସ.) - ଜୟପୁର ଏମଜିରୋଡ ସଂପ୍ରସାରଣ ସହ ଜବରଦଖଲ ଉଚ୍ଛେଦ ହେବାର ଦୀର୍ଘ ଦେଢ ବର୍ଷ ପରେ ଆଜି ରାସ୍ତାର ଉଭୟ ପଟେ ଷ୍ଟ୍ରିଟ ଲାଇଟ ଗୁଡିକ ଲଗାଯାଇଛି। ରାସ୍ତା ସଂପ୍ରସାରଣ କରିବା ନିମନ୍ତେ ଗତ ୧୪ ନଭେମ୍ବର ୨୦୨୪ ରେ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଥିଲା। ପରେ ପୂର୍ତବିଭାଗ ପକ୍ଷରୁ ଟେଣ୍ଡର ଡକାଯାଇ ଡ୍ରେନ ଓ ରାସ୍ତା କାମ ଆରମ୍ଭ କରାଯାଇଥିଲା। ଡ୍ରେନ କାମ ଶେଷ ହେବା ପରେ ରାସ୍ତା ଉପରେ ଥିବା ପୁରୁଣା ବିଦ୍ୟୁତ ଖୁଂଟ ଗୁଡିକୁ କଢାଯାଇ ନୂତନ ବିଦ୍ୟୁତ ଖୁଂଟ ସ୍ଥାପନ କରାଗଲା। ଜୟପୁର ଚାମ୍ବର ଅଫ କମର୍ସର ହସ୍ତକ୍ଷେପ ପରେ ଆଜି ଏମଜି ରୋଡର ଦୁଇ କଡରେ ଷ୍ଟ୍ରିଟଲାଇଟ ଗୁଡିକୁ ବିଦ୍ୟୁତ ସଂଯୋଗ କରାଯାଇଛି।

ଏମଜିରୋଡରେ ବିଦ୍ୟୁତ ସପ୍ସଯୋଗ ହୋଇନଥିବା ଯୋଗୁଁ ଲୋକେ ଯାତାୟତ କରିବାକୁ ଇଚ୍ଛା ଥିଲେ ମଧ୍ୟ ମନ ଭାଙ୍ଗିଦେଉଥିଲେ। ୍େୱଲକମ ଛକ ଠାରୁ ଗାନ୍ଧୀଛକ ପର୍ଯ୍ୟନ୍ତ ୧.୩୦୭ କିଲୋମିଟର ରାସ୍ତା ସଂପ୍ରସାରଣ ହୋଇଛି। ରାସ୍ତାର ଓସାର ୪୦ ଫୁଟ ରହିଛି। ସମ୍ପୂର୍ଣ୍ଣ ରାସ୍ତାରେ ପିଚୁ ପକାଯାଇ ରାସ୍ତାର ଉଭୟ ପଟେ ଫେବରବ୍ଲକ ପକାଗଲେ ରାସ୍ତାଟି ଅଧିକ ସୂନ୍ଦର ଦେଖାଯିବ ବୋଲି ଚାମ୍ବର ଅଫ କମର୍ସର ସଭାପତି ସଞ୍ଜୟ କୁମାର ଜୈନ ପ୍ରକାଶ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande