ଅପରାହ୍ନ ୨ଟା ୩୦ ସୁଦ୍ଧା ଝାରସୁଗୁଡ଼ାରେ ତାପମାତ୍ରା ସର୍ବାଧିକ ୪୩.୪ ଡ଼ିଗ୍ରୀ ରେକର୍ଡ଼
ଭୁବନେଶ୍ୱର, ୨୫ ଅପ୍ରେଲ (ହି.ସ.)- ଶନିବାର ରାଜ୍ୟର ଅଧିକାଂଶ ସହରରେ ତାପମାତ୍ରା ୪୦ ଡ଼ିଗ୍ରୀ ଉପରେ କିମ୍ବା ୪୦ ଡ଼ିଗ୍ରୀ ପାଖାପାଖି ରହିଛି । ଅପରାହ୍ନ ୨ଟା ୩୦ ସୁଦ୍ଧା ଝାରସୁଗୁଡ଼ାରେ ତାପମାତ୍ରା ସର୍ବାଧିକ ୪୩.୪ ଡ଼ିଗ୍ରୀ ରେକର୍ଡ଼ ହୋଇଛି । ସେହିପରି ସମ୍ବଲପୁରରେ ୪୨.୨ ଡ଼ିଗ୍ରୀ, ରାଉରକେଲାରେ ୪୨.୨ ଡ଼
ଅପରାହ୍ନ ୨ଟା ୩୦ ସୁଦ୍ଧା ଝାରସୁଗୁଡ଼ାରେ ତାପମାତ୍ରା ସର୍ବାଧିକ ୪୩.୪ ଡ଼ିଗ୍ରୀ ରେକର୍ଡ଼


ଭୁବନେଶ୍ୱର, ୨୫ ଅପ୍ରେଲ (ହି.ସ.)- ଶନିବାର ରାଜ୍ୟର ଅଧିକାଂଶ ସହରରେ ତାପମାତ୍ରା ୪୦ ଡ଼ିଗ୍ରୀ ଉପରେ କିମ୍ବା ୪୦ ଡ଼ିଗ୍ରୀ ପାଖାପାଖି ରହିଛି । ଅପରାହ୍ନ ୨ଟା ୩୦ ସୁଦ୍ଧା ଝାରସୁଗୁଡ଼ାରେ ତାପମାତ୍ରା ସର୍ବାଧିକ ୪୩.୪ ଡ଼ିଗ୍ରୀ ରେକର୍ଡ଼ ହୋଇଛି ।

ସେହିପରି ସମ୍ବଲପୁରରେ ୪୨.୨ ଡ଼ିଗ୍ରୀ, ରାଉରକେଲାରେ ୪୨.୨ ଡ଼ିଗ୍ରୀ, ହିରାକୁଦରେ ୪୨ ଡ଼ିଗ୍ରୀ, କେନ୍ଦୁଝରରେ ୩୮ ଡ଼ିଗ୍ରୀ, ଚାନ୍ଦବାଲିରେ ୩୬.୨ ଡ଼ିଗ୍ରୀ, ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୩୪ ଡ଼ିଗ୍ରୀ ରହିଛି ।

ଅନୁରୂପ ଭାବେ ବାଲେଶ୍ୱରରେ ୩୨.୪ ଡ଼ିଗ୍ରୀ, ଗୋପାଳପୁରରେ ୩୧.୬ ଡ଼ିଗ୍ରୀ, ପୁରୀରେ ୩୧.୬ ଡ଼ିଗ୍ରୀ ଏବଂ ପାରାଦୀପରେ ୩୧.୪ ଡ଼ିଗ୍ରୀ ତାପମାତ୍ରା ରେକର୍ଡ଼ କରାଯାଇଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଶନିବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande