ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଆଉଟ ସୋର୍ସିଂ ସଂଘ
ବଲାଙ୍ଗୀର, ୨୫ ଏପ୍ରିଲ୍(ହି.ସ.) – ସ୍ଥାନୀୟ ସରକାରୀ ଅତିଥି ଭବନ(ସର୍କିଟ ହାଉସ) ଭିତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ସରକାରୀ ଆଉଟସୋରର୍ସିଂ କର୍ମଚାରୀ ମହାସଂଘ, ବଲାଙ୍ଗୀର ଜିଲ୍ଲା ଶାଖା ପକ୍ଷରୁ ଦାବିପତ୍ର ଓ ଫୁଲ ଚାରା ପ୍ରଦାନ କରାଯାଇଛି। ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ପୂର୍ବରୁ
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଆଉଟ ସୋରର୍ସିଂ ସଂଘ


ବଲାଙ୍ଗୀର, ୨୫ ଏପ୍ରିଲ୍(ହି.ସ.) – ସ୍ଥାନୀୟ ସରକାରୀ ଅତିଥି ଭବନ(ସର୍କିଟ ହାଉସ) ଭିତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ସରକାରୀ ଆଉଟସୋରର୍ସିଂ କର୍ମଚାରୀ ମହାସଂଘ, ବଲାଙ୍ଗୀର ଜିଲ୍ଲା ଶାଖା ପକ୍ଷରୁ ଦାବିପତ୍ର ଓ ଫୁଲ ଚାରା ପ୍ରଦାନ କରାଯାଇଛି। ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ପୂର୍ବରୁ ଦେଇଥିବା ପ୍ରତିଶୃତି ବିଷୟରେ ସୂଚିତ କରି ଖୁବ ଶୀଘ୍ର ଇଣ୍ଟର୍ମିନିଷ୍ଟ୍ରିଆଲ କମିଟି ଗଠନ କରିବା ପାଇଁ ନିର୍ଦ୍ଦେଶ ଦେବାକୁ ନିବେଦନ କରାଯାଇଛି। ଏ ଅବସରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂହଦେଓ, ସ୍ୱାସ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ କଂଟାବାଞ୍ଝି ବିଧାୟକ ଲକ୍ଷ୍ମଣ ବାଗ ମଧ୍ୟ ଉପସ୍ଥିତ ଥିଲେ।

ଦଶନ୍ଧି ଧରି ବିଭିନ୍ନ ସରକାରୀ ଅଫିସରେ କାର୍ଯ୍ୟରତ ରାଜ୍ୟର ହଜାର ହଜାର ଠିକା କର୍ମଚାରୀ ଆପଣଙ୍କୁ ଅନେଇ ରହିଛନ୍ତି ବୋଲି ଜଣେଇ ଦିଆଯାଇଛି। ପ୍ରକାଶଯୋଗ୍ୟ ଯେ ଗଲା ମାସରେ ରାଜ୍ୟ ସଂଘର ଆହ୍ୱାନରେ ୧୦ ଦିନ ବ୍ୟାପୀ ଆନ୍ଦୋଳନ ପରେ ନେତୃତ୍ୱଙ୍କୁ ଡ଼ାକି ମୁଖ୍ୟମନ୍ତ୍ରୀ ନିଜ ପ୍ରକୋଷ୍ଠରେ ଆଇନ ମନ୍ତ୍ରୀଙ୍କ ଉପସ୍ଥିତିରେ ଆଲୋଚନା କରିଥଲେ। ଶୀଘ୍ର ଆନ୍ତଃ ମନ୍ତ୍ରୀମଣ୍ଡଳ କମିଟି ଗଠନ ପୂର୍ବକ ଏ ସମସ୍ୟାକୁ ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହି ଆଲୋଚନା ପରେ ରାଜ୍ୟ ସାରା ସମସ୍ତ ଠିକା କର୍ମଚାରୀ ଙ୍କ ଭିତରେ ଆଶା ଓ ଉତ୍କଣ୍ଠା ପରିଲକ୍ଷିତ ହେଉଛି।

ଗତକାଲି ରାଜ୍ୟ ସ୍ତରୀୟ ପଞ୍ଚାୟତିରାଜ ଦିବସ ପାଳନ ଅବସରରେ ବଲାଙ୍ଗୀର ଆସିଥିବା ମୁଖ୍ୟମନ୍ତ୍ରୀ ରାତିରେ ସ୍ଥାନୀୟ ସର୍କିଟ ହାଉସରେ ରାତ୍ରିଯାପନ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ ଭେଟ ନେବା ପାଇଁ ପୂର୍ବରୁ ଅନୁମତି ମିଳିଥିଲା। ଆଜି ବଲାଙ୍ଗୀର ଜିଲ୍ଲା ସଂଗଠନ ତରଫରୁ ଜିଲ୍ଲାର ସଭାପତି ଶ୍ରୀ ରାଜେଶ ଝାଙ୍କର ଓ ସମ୍ପାଦକ ଶ୍ରୀ ଚଂଚଳ ମିଶ୍ର, ଉପସଭାପତି ଶ୍ରୀ ଦିଲ୍ଲୀପ ସାହୁ, ରବୀନ୍ଦ୍ର ନାଏକ ଓ ଅଭିଳାଷ ମିଶ୍ର ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ଏଥିରେ ସହଯୋଗ କରିଥିବାରୁ ଜିଲ୍ଲା ବିଜେପି ସଭାପତି ତଥା ଅନ୍ୟ ନେତୃତ୍ୱଙ୍କୁ ଜିଲ୍ଲା ଆଉଟ୍ ସୋରର୍ସିଂ ସଂଘ ପକ୍ଷରୁ ଧନ୍ୟବାଦ ଅର୍ପଣ କରଯାଇଛି।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande