
ଜୟପୁର,
୨୫ ଏପ୍ରିଲ୍ (ହି.ସ.)- ସମନ୍ୱିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧୀନରେ ୮ମ “ପୋଷଣ ପକ୍ଷ” ଜୟପୁର ମିଶନ ଶକ୍ତି ଭବନରେ ପାଳିତ ହୋଇଯାଇଛି । ସିଡିପିଓ କାଞ୍ଚନ ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାବଣାଗୁଡା ଗୋଷ୍ଟି ସ୍ୱାସ୍ଥ କେନ୍ଦ୍ରର ଜନ ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକରି ଧରିତ୍ରି ମୁଦୁଲି, ସ୍ୱାସ୍ଥ୍ୟ କେନ୍ଦ୍ରର କାଉନସିଲର ରଶ୍ମିି ସାହୁ ସହ ସୁପର ଭାଇଜର ମାନେ ଉପସ୍ଥିତ ଥିଲେ । ପୋଷଣ ସଚେତନତାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ସୁସ୍ଥ ଶିଶୁ ହେଉଛି ସୁସ୍ଥ ସମାଜର ଆଧାର । ଶିଶୁର ପ୍ରଥମ ୨ ବର୍ଷ ୯ ମାସ ତାଙ୍କ ଜୀବନର ଭବିଷ୍ୟତ୍ ଗଢ଼ିବାରେ ସବୁଠାରୁ ମୂଳ ଭୂମିକା ନିଭାଏ । ତେଣୁ ମାତୃ ପୋଷଣ, ସଠିକ ଖାଦ୍ୟ ଅଭ୍ୟାସ ଓ ସମୟୋଚିତ ଟିକାକରଣକୁ ପ୍ରତ୍ୟେକ ପରିବାର ଗୁରୁତ୍ୱ ଦେବା ଆବଶ୍ୟକ । ସେ ଆହୁରି କହିଥିଲେ ଯେ, ମିଳୁଥିବା ପୋଷ୍ଟିକ ଖାଦ୍ୟକୁ ଦୈନିକ ଖାଦ୍ୟ ତାଲିକାରେ ସମ୍ମିଳିତ କରିଲେ କୁପୋଷଣକୁ ଦୂର କରିବା ସମ୍ଭବ । କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ
ଥିଲା ପୋଷଣ ସଚେତନତା ବୃଦ୍ଧି, ମାତୃ ଓ ଶିଶୁ ସ୍ୱାସ୍ଥ୍ୟର ସୁଧାର ଏବଂ ସମତୋଳ ଆହାରର ଗୁରୁତ୍ୱକୁ ଗ୍ରାମସ୍ତରରେ ପହଞ୍ଚାଇବା । ଏହି ଅବସରରେ ଶିଶୁମାନଙ୍କର ବୃଦ୍ଧି ମାପନ କରାଯାଇଥିବାବେଳେ ଗର୍ଭବତୀ ଓ ସ୍ତନ୍ୟଦାୟିନୀ ମାଆମାନେ, ସହିତ ଅଭିଭାବକ “ ଜୟପୁରରେ ପୋଷଣ ପକ୍ଷ ପାଳନ: ମାତୃ-ଶିଶୁ ସ୍ୱାସ୍ଥ୍ୟରେ ନୂଆ
ଆଶାମାନଙ୍କୁ ସଠିକ ପୋଷଣ, ସ୍ୱଚ୍ଛତା ଓ ଶିଶୁ ଦେଖାରଖା ସମ୍ପର୍କରେ ପରାମର୍ଶ ଦିଆଯାଇଥିଲା ।
ହିନ୍ଦୁସ୍ଥାନ ସମାଚାର / ପିକେପି