
ବଲାଙ୍ଗିର, ୨୫ ଏପ୍ରିଲ୍ (ହି.ସ.)- ଜିଲ୍ଲା ଖାଉଟି ଅଦାଲତ ବିଚାରପତି ଦ୍ବୟ ରବୀନ୍ଦ୍ର ତ୍ରିପାଠୀ ଓ ଶ୍ରୀମତୀ ଜ୍ୟୋସ୍ନା ମିଶ୍ରଙ୍କ ରାୟ ଦ୍ୱାରା କେନ୍ଦ୍ରୀୟ ରେଳବାଇ ୧ ଲକ୍ଷ ୩ ହଜାର ଟଙ୍କା ଜରିମାନା ଭରିଛନ୍ତି l ଦୀର୍ଘ ସମୟ ଧରି ଟ୍ରେନ୍ ବିଳମ୍ବ ହେବାରୁ ଜଣେ ଯାତ୍ରୀ ଚଣ୍ଡୀ ପ୍ରସାଦ ଖମାରୀ, ବଲାଙ୍ଗିର ଶାନ୍ତି ପଡ଼ା ନିବାସୀ (ଉପଭୋକ୍ତା) ବିମାନ ଯାତ୍ରାରୁ ବଞ୍ଚିତ ହୋଇଥିବା ଘଟଣାରେ ଜିଲ୍ଲା ଉପଭୋକ୍ତା ଫୋରମ୍ ରେ ଖମାରୀ ୦୬.୦୪. ୨୦୨୪ ତାରିଖ ରେ ଉକ୍ତ ମାମଲା ପାଇଁ କୋର୍ଟର ଦ୍ଵାରସ୍ଥ ହୋଇଥିଲେ l
ଘଟଣା ଅନୁଯାୟୀ, ୨୦୨୪ ମସିହା ଅଗଷ୍ଟ ମାସରେ ଅଭିଯୋଗକାରୀ ଶ୍ରୀଯୁକ୍ତ ଖମାରୀ ଟ୍ରେନ୍ରେ ଯାତ୍ରା କରୁଥିଲେ। ସେ ନିର୍ଦ୍ଧାରିତ ସମୟରେ ଗନ୍ତବ୍ୟ ସ୍ଥାନକୁ ପହଞ୍ଚି ବିମାନ ଧରିବାକୁ ଯୋଜନା କରିଥିଲେ। କିନ୍ତୁ ଟ୍ରେନ୍ ବହୁ ସମୟ ବିଳମ୍ବ ହେବାରୁ ସେ ବିମାନ ଧରିପାରି ନଥିଲେ।
ଏହା ଫଳରେ ଅଭିଯୋଗକାରୀଙ୍କୁ ଆର୍ଥିକ ଓ ମାନସିକ ହାନି ଭୋଗିବାକୁ ପଡିଥିଲା। ଏହାକୁ ଗୁରୁତ୍ୱ ଦେଇ ଜିଲ୍ଲା ଉପଭୋକ୍ତା ଫୋରମ୍ ଆର୍ଥିକ କ୍ଷତି ବାବଦ କୁ ୫୫ ହଜାର ଟଙ୍କା ଓ ମାମଲା ଶୁଣାଣି ଦିନଠୁଁ ସମାଧାନ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ୫୦୦ ଟଙ୍କା ସୁଧ ରାଶି ସହ ସର୍ବ ମୋଟ ରେଳବାଇକୁ ୧ ଲକ୍ଷ ୩ ହଜାର ଅର୍ଥକରାଶି ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଥଲେ l
ସୂଚନା ମୁତାବକ ଶ୍ରୀ ଖମାରୀ ୨୦୨୪ ଅଗଷ୍ଟ ୨୩ ତାରିଖରେ ଝାରସୁଗୁଡା ଷ୍ଟେସନରୁ ତାଙ୍କ ସମ୍ପର୍କୀୟ ୪ ଜଣଙ୍କ ସହିତ ଆଜାଦ ହିନ୍ଦ ଏକ୍ସପ୍ରେସରେ ଚଢ଼ିଥିଲେ। ହାଓଡ଼ାରେ ଟ୍ରେନ ଟି ୨୪ ତାରିଖ ସକାଳ ୩ଟା ୩୦ରେ ପହଞ୍ଚିବାର ଥିଲା। କିନ୍ତୁ, ଟ୍ରେନ୍ ଯାଇ ପହଞ୍ଚିଲା ଦିନ ୧୧ଟା ୩୦ରେ। ଶ୍ରୀ ଖମାରୀ ଓ ସମ୍ପର୍କୀୟ ଅନ୍ୟ ୩ ଜଣ ବିମାନ ଯୋଗେ ଆସାମର ଗୌହାଟୀ ଯିବା ପାଇଁ ବିମାନରେ ଟିକେଟ୍ କାଟିଥିଲେ। ସେପ୍ଟେମ୍ବର ସକାଳ ୮ଟାରେ ବିମାନ ଛାଡ଼ିବା ବେଳେ ଟ୍ରେନ୍ ବିଳମ୍ବ ଯୋଗୁଁ ବିମାନସେବା ପ୍ରଦାନକାରୀ ସଂସ୍ଥା ସେମାନଙ୍କୁ ୨ ଘଣ୍ଟା ପରେ ପୁଣି ସେହି ସେଲ ଟିକେଟରେ ଯାତ୍ରା କରିବାକୁ ସୁବିଧା ଦେଇଥିଲେ । ଇତି ମଧ୍ୟରେ ଶ୍ରୀ ଖମାରୀ ରେଳବାଇ ଆପ୍ ଓ ଟୁଇଟର ମାଧ୍ୟମରେ ଅଭିଯୋଗ ଜଣାଇବା ସତ୍ୱେ ରେଳବାଇରୁ କୌଣସି ପ୍ରତିକ୍ରିୟା ମିଳି ନ ଥିଲା ଓ ବିଳମ୍ବରେ ବିମାନ ବନ୍ଦରରେ ପହଂଚିଵା ପରେ ବିମାନଟି ଚାଲି ଯାଇଥିବା ସେ ଜାଣିବାକୁ ପାଇଥିଲେ, ଯାହା ତାଙ୍କୁ ବିଶେଷ ମାନସିକ ଆଘାତ ଦେଇଥିଲା l ଶ୍ରୀ ଖମାରୀ ରେଲବାଇର ଏଭଳି ତ୍ରୁଟିକର୍ ସେବା ସମସ୍ୟା ଆଧାରରେ ଅଭିଯୋଗ କରି ଉଚିତ କ୍ଷତିପୂରଣ ପାଇଥିବା ହେତୁ ବଲାଙ୍ଗିର ଉପଭୋକ୍ତା ଅଦାଲତକୁ ଶ୍ରୀ ଖମାରୀ ଧନ୍ୟବାଦ ଅର୍ପଣ କରିଛନ୍ତି l
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ