ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ପ୍ରତିନିଧି ଦଳ, ସୋନଗଡ ନଦୀରେ ଆଇଏସଏସ ବ୍ୟାରେଜ ସହ ବିଭିନ୍ନ ପ୍ରକଳ୍ପ ନେଇ ଦାବିପତ୍ର ପ୍ରଦାନ
ବଲାଙ୍ଗିର, ୨୫ ଏପ୍ରିଲ୍ (ହି.ସ.)- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ବଲାଙ୍ଗିର ଗସ୍ତରେ ଆସିଥିବା ବେଳେ ବିରୋଧୀ ବିଜେଡି ଦଳ ପକ୍ଷରୁ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ପରାମର୍ଶ କ୍ରମେ ଏକ ପ୍ରତିନିଧି ଦଳ ତାଙ୍କୁ ଭେଟି ବଲାଙ୍ଗୀରର ବିଭିନ୍ନ ସମସ୍ୟାନେଇ ଆଲୋଚନା କରିବା ସହିତ ଏକ ଦାବିପତ
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଜେଡିପ୍ରତିନିଧିଦଳ.. ସୋନଗଡନଦୀରେ ଆଇଏସଏସ ବ୍ୟାରେଜ ସହ ବିଭିନ୍ନ ପ୍ରକଲ୍ପନେଇ ଦାବିପତ୍ର ପ୍ରଦାନ


ବଲାଙ୍ଗିର, ୨୫ ଏପ୍ରିଲ୍ (ହି.ସ.)- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ବଲାଙ୍ଗିର ଗସ୍ତରେ ଆସିଥିବା ବେଳେ ବିରୋଧୀ ବିଜେଡି ଦଳ ପକ୍ଷରୁ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ପରାମର୍ଶ କ୍ରମେ ଏକ ପ୍ରତିନିଧି ଦଳ ତାଙ୍କୁ ଭେଟି ବଲାଙ୍ଗୀରର ବିଭିନ୍ନ ସମସ୍ୟାନେଇ ଆଲୋଚନା କରିବା ସହିତ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସ୍ଥାନୀୟ ସର୍କିଟ ହାଉସକୁ ବିଜେଡିର ବରିଷ୍ଠନେତା ଲକ୍ଷ୍ମଣ କୁମାର ମେହେରଙ୍କ ନେତୃତ୍ୱରେ ଯାଇଥିବା ଏହି ପ୍ରତିନିଧି ଦଳ ନିକଟ ଅତିତରେ ଟିଏସି(ବୈଷୟିକ ପରାମର୍ଶାଦାତା କମିଟି)ର ଅନୁମୋଦନ ଲାଭ କରିଥିବା ସୋନଗଡ ନଦୀରେ ସିକୁଆଁ-ସିଲେଟକାନୀର ୧୨୪ କୋଟି ଟଙ୍କାର ଆଇଏସଏସ ପ୍ରକଳ୍ପକୁ ତୁରନ୍ତ କରାଯିବାକୁ ଦାବି କରିଛନ୍ତି । ଏହି ପ୍ରକଳ୍ପ ଯୋଗୁଁ ଦେଓଗାଁ ବ୍ଲକର ୧୬ ଖଣ୍ଡ ଗ୍ରାମର ଜମିକୁ ଜଳସେଚିତ କରାଯିବା ସହିତ ୨୮ଟି ପାନୀୟଜଳ ପ୍ରକଳ୍ପ ଉପକୃତ ହେବ । ଏହା ସହିତ ସୋନଗଡରେ ଦେଓଗାଁ, ଜରାସିଂହା ଠାରେ ଓ ତେଲନଦୀରେ ବ୍ରାହ୍ମଣୀପଲା ଠାରେ ବ୍ୟାରେଜ କରାଯିବାକୁ ମଧ୍ୟ ଦାବି କରାଯାଇଛି । ଠିକ୍ ସେହିପରି ବଲାଙ୍ଗୀର ସହରର ଜଳପରିଚାଳନା ପାଇଁ ଡ୍ରେନେଜ ବ୍ୟବସ୍ଥା ପାଇଁ ୧ ହଜାର କୋଟି ଟଙ୍କା, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପାଇଁ ଅତିରିକ୍ତ ୧୦୦ ଏକର ଜମି ଯୋଗାଇବା ସହ ଭିତ୍ତିଭୁମୀ ପାଇଁ ୧୫୦ କୋଟି ଟଙ୍କାର ଅନୁଦାନ ଦେବା, ଆବଶ୍ୟକ ପ୍ରଫେସର ପଦବୀ ପୂରଣ କରିବା, ସରକାରୀ ମହିଳା ମହାବିଦ୍ୟାଳୟକୁ ଏକକ ବିଶ୍ୱବିଦ୍ୟାଳୟ କରିବା, ଭୀମଭୋଇ ମେଡିକାଲ କଲେଜରେ ଡାକ୍ତର ଓ କର୍ମଚାରୀ ପଦବୀ ପୂରଣ କରିବା, ବଲାଙ୍ଗୀରରେ ସେଣ୍ଟ୍ରାଲ ଲାଇବ୍ରେରୀ ସ୍ଥାପନ କରିବା, ବଲାଙ୍ଗୀର ସଦରବ୍ଲକ ଓ ଦେଓଗାଁ ବ୍ଲକ ଅଞ୍ଚଳରେ ଚାଷିଙ୍କ ସୁବିଧା ପାଇଁ ଶୀତଳଭଣ୍ଡାର ନିର୍ମାଣ କରିବା ଓ ତୁଷୁରା ଏୟାରଷ୍ଟ୍ରିପକୁ ଅଧିକ ଅନୁଦାନ ଦେଇ ପାଇଲଟ ଟ୍ରେନିଂ କେନ୍ଦ୍ରସ୍ଥାପନ କରିବାକୁ ଦାବିପତ୍ରରେ ଉଲ୍ଲେଖ ରହିଛି ।

ଏହି ପ୍ରତିନିଧି ଦଳରେ ବରିଷ୍ଠନେତା ଲକ୍ଷ୍ମଣ କୁମାର ମେହେର, ସୁଶୀଳ ଚାନ୍ଦ, ଦେଓଗାଁ ବ୍ଲକ ଅଧ୍ୟକ୍ଷ ଦୟାନିଧି ଖମାରୀ(ମଣ୍ଟୁ), ବଲାଙ୍ଗୀର ସଦରବ୍ଲକ ଅଧ୍ୟକ୍ଷା ସରିତା ବାଗ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗୋଲାପ ବାଗ, ଛାତ୍ର ବିଜେଡି ସଭାପତି ସୁମନ ନନ୍ଦ, ଲେଙ୍କା ସାହୁ, ପୂର୍ବତନ ପୌରାଧ୍ୟକ୍ଷା ଦମୟନ୍ତି ବାଗ, କାଉନସିଲର ଶମ୍ଭୁ ନାଗ ପ୍ରମୁଖ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande