ସଡ଼କ ଦୁର୍ଘଟଣାରେ ବାଇକ ଚାଳକ ମୃତ
ଘଟଗାଁ ,୨୫ ଏପ୍ରିଲ (ହି. ସ) - ଆଜି ୨୦ ନମ୍ବର ଜାତୀୟ ରାଜପଥ ବାଇପାସ ନିକଟରେ ସଡ଼କ ଦୁର୍ଘଟଣାରେ ବାଇକ ଚଳକଙ୍କ ମୃତ ଘଟିଛି। ସୂଚନା ଅନୁସାରେ ଘଟଗାଁ ଥାନା ଅନ୍ତର୍ଗତ ମେଲାଣ ଗ୍ରାମର ଦିପୁ ମାରାଣ୍ଡି (୨ ୨)ବର୍ଷୀୟ ଯୁବକ ନିଜର ବ୍ୟକ୍ତିଗତ କାମରେ ବାଇକ ଯୋଗେ ଘଟଗାଁ ଆସୁଥିବା ସମୟରେ ଜାତୀୟ ରାଜପଥ ୨୦
ସଡ଼କ ଦୁର୍ଘଟଣାରେ ବାଇକ ଚାଳକ ମୃତ


ଘଟଗାଁ ,୨୫ ଏପ୍ରିଲ (ହି. ସ) - ଆଜି ୨୦ ନମ୍ବର ଜାତୀୟ ରାଜପଥ ବାଇପାସ ନିକଟରେ ସଡ଼କ ଦୁର୍ଘଟଣାରେ ବାଇକ ଚଳକଙ୍କ ମୃତ ଘଟିଛି। ସୂଚନା ଅନୁସାରେ ଘଟଗାଁ ଥାନା ଅନ୍ତର୍ଗତ ମେଲାଣ ଗ୍ରାମର ଦିପୁ ମାରାଣ୍ଡି (୨ ୨)ବର୍ଷୀୟ ଯୁବକ ନିଜର ବ୍ୟକ୍ତିଗତ କାମରେ ବାଇକ ଯୋଗେ ଘଟଗାଁ ଆସୁଥିବା ସମୟରେ ଜାତୀୟ ରାଜପଥ ୨୦ର ବାଇପାସ ନିକଟରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଥିବା ସୁରକ୍ଷା ବାଡ଼ାକୁ ଧକ୍କା ଦେଇଥିଲା। ଫଳରେ ଦିପୁ ମାରାଣ୍ଡି ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା। ସ୍ଥାନୀୟ ଲୋକେ ଖବର ଦେବା ପରେ ସ୍ଥାନୀୟ ଅଗ୍ନିଶମ ବାହିନୀ ଯୁବକକୁ ଉଦ୍ଧାର କରି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ।ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ


 rajesh pande