ଘଟଗାଁ ଗ୍ରହ ମହାରାଜ ଶନିଶ୍ଚରଙ୍କ ବାର୍ଷିକ ଉତ୍ସବ ଅନୁଷ୍ଠିତ
ଘଟଗାଁ ୨୫। ୪(ହି. ସ)ଘଟଗାଁ ଶନିଶ୍ଚର ମନ୍ଦିର କମିଟି ଆନୁକୂଲ୍ୟରେରେ ୨୪ତମ ବାର୍ଷିକ ମହାଯଜ୍ଞ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ କଳସ ଯାତ୍ରା,ସୂର୍ଯ୍ୟପୂଜା, ଅଙ୍କୁର ରୋପଣ,ନାମ ସଂକୀର୍ତନ ପୂର୍ଣ୍ଣାହୁତି ଆଦି ଅନୁଷ୍ଠିତ ହୋଇଥିଲା। ଭୋର ୪ ଟା ସମୟରେ ଗ୍ରହଙ୍କର ଷୋଡଶ ଉପଚାର ରେ ପୂଜକ ସନ୍ତୋଷ ପଣ୍ଡା ଏ
ଘଟଗାଁ ଗ୍ରହ ମହାରାଜ ଶନିଶ୍ଚରଙ୍କ ବାର୍ଷିକ ଉତ୍ସବ


ଘଟଗାଁ ୨୫। ୪(ହି. ସ)ଘଟଗାଁ ଶନିଶ୍ଚର ମନ୍ଦିର କମିଟି ଆନୁକୂଲ୍ୟରେରେ ୨୪ତମ ବାର୍ଷିକ ମହାଯଜ୍ଞ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ କଳସ ଯାତ୍ରା,ସୂର୍ଯ୍ୟପୂଜା, ଅଙ୍କୁର ରୋପଣ,ନାମ ସଂକୀର୍ତନ ପୂର୍ଣ୍ଣାହୁତି ଆଦି ଅନୁଷ୍ଠିତ ହୋଇଥିଲା। ଭୋର ୪ ଟା ସମୟରେ ଗ୍ରହଙ୍କର ଷୋଡଶ ଉପଚାର ରେ ପୂଜକ ସନ୍ତୋଷ ପଣ୍ଡା ଏବଂ ସନ୍ତୋଷ ଆଚାର୍ଯ୍ୟ ପୂଜା ଅର୍ଚନା କରିଥିଲେ। ଯଜ୍ଞ କାର୍ଯ୍ୟରେ ପୁରୋହିତ ହରେକୃଷ୍ଣ ତ୍ରିପାଠୀ, ଅସିତ କୁମାର ମିଶ୍ର, ଦେବାଶିଷ ତ୍ରିପାଠୀ ପ୍ରମୁଖ ପୂଜାଅର୍ଚନା କରିଥିବା ବେଳେ ରାଜେନ୍ଦ୍ର କୁମାର ସାହୁ ତାଙ୍କ ଧର୍ମପତ୍ନୀ ଅବନ୍ତୀ ସାହୁ ସଂକଳ୍ପରେ ବସିଥିଲେ। କମିଟି ତରଫରୁ ଭକ୍ତଙ୍କ ପାଇଁ ବାରିକେଟ ବ୍ୟବସ୍ଥା କରାଯାଇ ଧାଡି ରେ ଭୋଗ ଓ ଶୃଙ୍ଖଳା ଦର୍ଶନ କରାଯାଇଥିଲା। ଶନିଓଷା ଥିବାରୁ ବହୁ ଭକ୍ତ ଙ୍କ ସମାଗମ ହୋଇଥିଲା। କମିଟିର ସଭାପତି ସୂର୍ଯ୍ୟନାରାୟଣ ପଟ୍ଟନାୟକ, ସମ୍ପାଦକ ଦିଲ୍ଲୀପ କୁମାର ପ୍ରହରାଜ, କୋଷାଧ୍ୟକ ଅମୁଲ୍ୟଧନ ବାରିକ ସଦସ୍ୟ ଗୋବର୍ଧନ ରାଉତ,ସୂର୍ଯ୍ୟମଣୀ ବାରିକ, ରାଜେନ୍ଦ୍ର ସାହୁ, ଗଗନ ପ୍ରଧାନ, ପ୍ରଣବ ସାହୁ, ନଟବର ଦଳେଇ, ବିଜୟ ରାଉତ, ସତ୍ୟ ବ୍ରତ ରାଉତ, ଅନନ୍ତ ସାହୁ, ଖଗେଶ୍ୱର ମହାନ୍ତ, ସୁବ୍ରତ ପଣ୍ଡା, ,ରବୀନ୍ଦ୍ର ସାହୁ, ରବୀନ୍ଦ୍ର ବେହେରା,ରବୀନ୍ଦ୍ର ଓଝା, ଶିଶିର ପ୍ରଧାନ, ମନୋରଞ୍ଜନ ଦେ, ମୋହନ ଚରଣ ଦାଶ, ଗନ୍ଧର୍ବ ସେନ ନାଗ, ରାଜା ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ।ଏହି ଅବସରରେ ରୁକ୍ମିଣୀ ଭୋଗ ଦୋକାନ ସୌଜନ୍ୟରୁ ପ୍ରସାଦ ବିତରଣ କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ


 rajesh pande