
ଜୟପୁର, ୨୫ ଏପ୍ରିଲ୍ (ହି.ସ.) - ଅଖିଳ ଭାରତୀୟ ସାହିତ୍ୟ ପରିଷଦର ଆଭାସୀ କାର୍ଯ୍ୟକ୍ରମ ଜୟପୁର ବିକ୍ରମ ଶାଖା ଦ୍ୱାରା ଅନୁଷ୍ଠିତ ହୋଇଯାଇଛି। ଗୋପିନାଥ ମହାନ୍ତିଙ୍କ ପରଜାରେ ଭାରତୀୟ ସଂସ୍କୃତି ବିଷୟକୁ ନେଇ ଡ, ଯୁଗଳ କିଶୋର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଆଲୋଚନା ଚକ୍ରରେ ମୁଖ୍ୟ ଆଲୋଚକ ଭାବେ ଡ. କମଳ କୃଷ୍ଣ ତ୍ରିପାଠୀ ଉପସ୍ଥିତ ରହି ଆଦିମ ଅଧିବାସୀଙ୍କ ସଂସ୍କୃତି ହିଁ ଭାରତୀୟ ସଂସ୍କୃତି ବୋଲି ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ। ଉପଦେଷ୍ଟା ହରିହର କରସୁଧା ପଟ୍ଟନାୟକ ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ ଗୋପୀନାଥ ମହାନ୍ତିଙ୍କ କାଳବିଜୟୀ ଉପନ୍ୟାସ ବିଷୟରେ ସମ୍ୟକ ସୂଚନା ଦେବା ପରେ ମୁଦିଧର ହୋତା ବେଦ ପଠନ କରିଥିଲେ। ହର୍ଷିତା ପଟ୍ଟନାୟକ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ। ଏହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ସଂଯୋଜିକା ଭାବ ଚନ୍ଦିକା ଦେବୀ। ଶେଷରେ ରାଜେଶ୍ୱରୀ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି