ମଇ ୩ରେ ଜ଼ିଲ୍ଲା ସିନିୟର ସନ୍ତରଣ ସେଲେକ୍ସନ ଟ୍ରାଏଲ
ବଲାଙ୍ଗିର, ୨୫ ଏପ୍ରିଲ୍ (ହି.ସ.)- ଆସନ୍ତା ମଇ ମାସ ୧୬ ଓ୧୭ ତାରିଖରେ କଳିଙ୍ଗ ଷ୍ଟାଡିୟମରେ ୬୬ ତମ ରାଜ୍ୟ ସିନିୟର ସନ୍ତରଣ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥି ନିମନ୍ତେ ବଲାଙ୍ଗୀର ଜ଼ିଲ୍ଲା ସନ୍ତରଣ ସଂଘ ତରଫରୁ ବଲାଙ୍ଗୀର ରାଜେନ୍ଦ୍ର ନାରାୟଣ ସିଂ ଦେଓ ସନ୍ତରଣାଗାରରେ ମଇ ୩ ରେ ଉଭୟ ମହିଳା ଏବଂ ପୁରୁ
ମଇ ୩ରେ ଜ଼ିଲ୍ଲା ସିନିୟର ସନ୍ତରଣ ସେଲେକ୍ସନ ଟ୍ରାଏଲ


ବଲାଙ୍ଗିର, ୨୫ ଏପ୍ରିଲ୍ (ହି.ସ.)- ଆସନ୍ତା ମଇ ମାସ ୧୬ ଓ୧୭ ତାରିଖରେ କଳିଙ୍ଗ ଷ୍ଟାଡିୟମରେ ୬୬ ତମ ରାଜ୍ୟ ସିନିୟର ସନ୍ତରଣ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥି ନିମନ୍ତେ ବଲାଙ୍ଗୀର ଜ଼ିଲ୍ଲା ସନ୍ତରଣ ସଂଘ ତରଫରୁ ବଲାଙ୍ଗୀର ରାଜେନ୍ଦ୍ର ନାରାୟଣ ସିଂ ଦେଓ ସନ୍ତରଣାଗାରରେ ମଇ ୩ ରେ ଉଭୟ ମହିଳା ଏବଂ ପୁରୁଷ ବର୍ଗରେ ସେଲେକ୍ସନ ଟ୍ରାଏଲ ଅନୁଷ୍ଠିତ ହେବ l ଇଛୁକ ଖେଳାଳୀ ମାନେ ବଲାଙ୍ଗୀର ରାଜେନ୍ଦ୍ର ନାରାୟଣ ସିଂ ଦେଓ ସନ୍ତରଣ ଗାରରେ ଏପ୍ରିଲ ୩୦ ସୁଦ୍ଧା ତାଙ୍କର ନାମ ପଞ୍ଜିକୃତ କରିବାକୁ ଜ଼ିଲ୍ଲା ସନ୍ତରଣ ସଂଘ ସମ୍ପାଦକ ସୁମିତ ରଞ୍ଜନ ପୁରୋହିତ ସୂଚନା ଦେଇଛନ୍ତି l

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande