
ମୁଖୀଗୁଡା , ୨୫ ଏପ୍ରିଲ(ହି ସ) ଜୟପାଟଣା ବ୍ଲକରେ ଖରାର ପ୍ରକୋପ ବୃଦ୍ଧି ପାଉ ଥିବାବେଳେ ଜଳସ୍ତର କମିବାରେ ଲିଗିଛି ।ପ୍ରଚଣ୍ଡ ତାତି ଯୋଗୁଁ ଜନ ଜୀବନ ଅସ୍ତ ବ୍ୟସ୍ତ ହେଉଥିବାବେଳେ ପିଇବା ପାଣି ଲୋକେ ଢହଲ ବିକଳ ହେଉଛନ୍ତି। ଅନ୍ୟ ପକ୍ଷେ ବ୍ଲକର ଜନ ସାଧାରଣଙ୍କୁ ପିଇବା ପାଣି ଯୋଗାଣ ଉଦେଶ୍ୟରେ ତିଆରି ହେଉଥିବା କୋଟି କୋଟି ଟଙ୍କାର ମେଗା ପାନୀୟ ଜଳ ଯୋଗାଣା ପ୍ରକଳ୍ପ ଅବଧି ପୁରଣ ହୋଇଥିଲେହେଁ ସରିବାର ନା ଧରୁନଥିବାରୁ ଲୋକେ ଆଗକୁ ଜଳକଷ୍ଟ ଭୋଗିବେ ବୋଲି ଆଶଙ୍କା ଦେଖା ଦେଇଛି। ତଥାପି ଏବେଠୁ ଗାଁ ଗଣ୍ଡାରେ ଜଳ କଷ୍ଟ ଦେଖା ଦେଲାଣି । ପାହାଡି ଅଞ୍ଚଳର ଲୋକେ ଖରା ତରାରେ ଦୂର ଦୁରାନ୍ତ କୁ ଯାଇ ପାଣି ସଂଗ୍ରହ କରୁଥିବା ଦେଖିବାକୁ ମିଳୁଛି।
ମିଳିଥିବା ସୂଚନା ଅନୁସାରେ ମଙ୍ଗଳ ପୁର ନିକଟରେ ୧୫୫ କୋଟି ଟଙ୍କା ବ୍ୟୟ ଅଟକଲରେ ଗତ ୨୦୨୧ ମସିହାରୁ ମେଗା ଜଳ ଯୋଗାଣ ପ୍ରକଳ୍ଳ ଆରମ୍ଭ କରା ଯାଇଛି ।ଏହି ପ୍ରକଳ୍ପ ରୁ ବ୍ଲକର ୨୨ ପଞ୍ଚାୟତ ପାଇଁ ୨୨ ଟି ଓଭର ହେଡ଼ ଟେଙ୍କ ଜରିଆରେ ପାଣି ଯୋଗାଣ କରାଯିବ ସେଥିପାଇଁ ଗାଁ ମାନଙ୍କରେ ପାଇପ ଲାଇନ ବିଛାଇବା କାମ ଆରମ୍ଭ ହୋଇଛି ହେଲେ ଠିକା ସଂସ୍ଥାର ମନମାନି ଯୋଗୁଁ କାମ ମନ୍ଥର ଗତିରେ ଚାଲିଛି ।ଯାହାରି ଫଳରେ ଲୋକେ ବିଶୁଦ୍ଧ ପାଣି ପିଇବା ଆଶା ଛାଡି ଦେଲେଣି ।ଅନ୍ୟପକ୍ଷେ ପୃରୁଣା ଟାଙ୍କି ଗୁଡାକ କେଉଁଠି ଚାଲୁ ଥିବା ବେଳେ କେଉଁଠି ବର୍ଷବର୍ଷ ଧରି ଅଚଳ ହୋଇ ଗଲାଣି ଭଇଁପାଲି ଠାରେ ଥିବା ଓଭର ହେଡ଼ ଟେଂକ ୧୦ ବର୍ଷ ହେଲା ଅଚଳ ପଡି ରହିଥିବା ବେଳେ ଲୋକେ ପାଣି ପାଇଁ ନାହିଁ ନଥିବା ଅସୁଵିଧାର ସମ୍ମୁଖୀନ ହେଉଛନ୍ତି ।ଅଁଳାଭଟା ପଞ୍ଚାୟତର ଦୁର୍ଗମ ଅଞ୍ଚଳ ରେ ଥିବା ପଟାକୁସମୀ, କରଲାକୋଟ, ଟେଂଡକାଚୁଆଁ , କରାଘାଟି, ଦାବିରୀ ଘାଟି ଓ ଧନସୁଳି ପଞ୍ଚାୟତ ର ଡ଼ଙ୍ଗରିଗୁଡା ଆଦି ଗ୍ରାମ ମାନଙ୍କରେ ଜଳସ୍ତର କମି ପାନୀୟ ଜଳ ସମଶ୍ୟା ଦେଖା ଦେଇଛି ଲୋକେ ପାଣି ପାଇଁ ନାଳ ଝରଣା ଉପରେ ନିର୍ଭର କରୁଥବା ଅଭିଯୋଗ ହେଉଛି।
---------------
ହିନ୍ଦୁସ୍ଥାନ ସମାଚାର / ନିହାର