
ଜୟପୁର, ୨୫ ଏପ୍ରିଲ୍ (ହି.ସ.) - ମହିଳା ମହାବିଦ୍ୟାଳୟ ୟୁଥ ରେଡକ୍ରସ ଓ ରେଡରିବନ ପକ୍ଷରୁ ଏଡସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ବିବେକାନନ୍ଦ ସୁନାଙ୍କ ଅଧ୍ୟକ୍ଷତାରେ ୟୁଥ ରେଡକ୍ରସ ସମନ୍ୱୟକ ଡ. ଉପାନନ୍ଦଙ୍କ ପାଣିଙ୍କ ନିର୍ଦ୍ଦେଶରେ ଛାତ୍ରୀ ମାନଙ୍କ ମଧ୍ୟରେ ଏଚଆଇଭି ଏଡସ ସମ୍ପର୍କିତ ସଠିକ ସଚେତନତା ସୃଷ୍ଟି କରିବା, ଭ୍ରାନ୍ତି ଓ ଅନ୍ଧବିଶ୍ୱାସକୁ ଦୂର କରିବା ଏବଂ ସୁରକ୍ଷିତ ଜୀବନଶୈଳୀ ପ୍ରତି ସଚେତନ ହେବା ଏହି କାର୍ଯ୍ୟକ୍ରମରେ ମୂଳ ଲକ୍ଷ। ପ୍ରଧାନ ପରାମର୍ଶଦାତା ଭାବେ ମନୋଜ କୁମାର ପଣ୍ଡା, ଚନ୍ଦ୍ରଶେଖର ପଟ୍ଟନାୟକ, ଯଶୋଶିନୀ ରଥ, ସର୍ବେଶ୍ୱର ବାରିକ ଓ ଅଶ୍ୱିନୀ ରଥ ପ୍ରମୁଖ ଉପସ୍ଥିତ ରହି ଛାତ୍ରୀ ମାନଙ୍କୁ ସପ୍ସକ୍ରମଣର ଉପାୟ, ପ୍ରତିରୋଧ ଓ ଚିକିତ୍ସା ବିଷୟରେ ଅବଗତ କରାଇଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି