ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ-୨୦୨୬ ପାଳିତ
କେନ୍ଦୁଝର, ୨୫ ଏପ୍ରିଲ୍ (ହି.ସ.) - ଜିଲ୍ଲା ପ୍ରାଣୀ ଚିକିତ୍ସାଳୟ କାର୍ଯ୍ୟାଳୟ ସଭାଗୃହଠାରେ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ-୨୦୨୬ ପାଳିତ ହୋଇଯାଇଛି। ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧୂକାରୀ ଡାକ୍ତର ଚନ୍ଦ୍ର ଶେଖର ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭ ଭାବେ କେନ୍ଦୁଝ
ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ-୨୦୨୬ ପାଳିତ


କେନ୍ଦୁଝର, ୨୫ ଏପ୍ରିଲ୍ (ହି.ସ.) - ଜିଲ୍ଲା ପ୍ରାଣୀ ଚିକିତ୍ସାଳୟ କାର୍ଯ୍ୟାଳୟ ସଭାଗୃହଠାରେ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ-୨୦୨୬ ପାଳିତ ହୋଇଯାଇଛି। ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧୂକାରୀ ଡାକ୍ତର ଚନ୍ଦ୍ର ଶେଖର ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭ ଭାବେ କେନ୍ଦୁଝର ଡେଭେଲପମେଂଟ ଟ୍ରଷ୍ଟର ସମ୍ପାଦକ ଭକ୍ତିବତ୍ସଳ ମହାନ୍ତି ଯୋଗ ଦେଇ ପ୍ରାଣୀ ଚିକିତ୍ସକମାନେ ଦେବଦୂତ ପରି କଥା କହି ପାରୁନଥିବା ପ୍ରାଣୀମାନଙ୍କ ଜୀବନ ରକ୍ଷା କରନ୍ତି। ଆଜିର ଦିନରେ ସେମାନଙ୍କୁ ସମ୍ବର୍ଦ୍ଧିତ କରି ଉତ୍ସାହିତ କରିବାକୁ ଆହ୍ୱାନ ଦେଇଥିଲେ। ସମ୍ମାନୀତ ଅତିଥିଭାବେ କେନ୍ଦୁଝର ବନଖଣ୍ଡର ସହକାରୀ ବନ ସଂରକ୍ଷକ ଡକ୍ଟର ସୁଦିପ୍ତ କୁମାର ପଣ୍ଡା ପ୍ରାଣୀ ଚିକିତ୍ସକ ମାନଙ୍କର ପଶୁ ସମ୍ପଦ ପ୍ରତି ଅବଦାନ, ମାନବ ସମ୍ବଳ ପ୍ରତି ଅବଦାନ ଏବଂ ପରିବେଶ ପ୍ରତି ଅବଦାନ ସମ୍ବନ୍ଧୀୟ ଆଲୋଚନା କରିଥିଲେ। ଚମ୍ପୁଆ ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧୂକାରୀ ଡାକ୍ତର ପ୍ରଶାନ୍ତ କୁମାର ମହାନ୍ତ ଚାଷୀମାନଙ୍କ ଜୀବନଜୀବିକା ପାଇଁ ଉଦ୍ଦିଷ୍ଟ ଯୋଜନାମାନ ଆଲୋଚନା କରିଥିଲେ। ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧୂକାରୀ(ପ୍ରାଣୀ ଉତ୍ପାଦନ) ଡାକ୍ତର ରାମଚନ୍ଦ୍ର ମହାନ୍ତି, ଅତିରିକୁ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧୂକାରୀ(ରୋଗ ନିୟନ୍ତ୍ରଣ) ଡାକ୍ତର ତପନ କୁମାର ମଲ୍ଲିକ ଅଂଶଗ୍ରହଣ କରି ବକ୍ତବ୍ୟ ରଖିଥିଲେ। ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧୂକାରୀ( ଜୀବେ ମଙ୍ଗଳ) ଡାକ୍ତର ପ୍ରସନ୍ନ କୁମାର ମୁଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ୭୦ଜଣ ଚାଷୀ ଓ ୩୦ଜଣ ବିଭାଗୀୟ କର୍ମଚାରୀ ଯୋଗ ଦେଇଥିଲେ। କେନ୍ଦୁଝର ଜିଲ୍ଲା ପ୍ରାଣୀ ଚିକିତ୍ସାଳୟର ଉପନିର୍ଦ୍ଦେଶକ ଡାକୁର ରାଧାଗୋବିନ୍ଦ ପୁହାଣ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଅବସରରେ କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇଁ ଜିଲ୍ଲାର ୩ ଜଣ ପ୍ରାଣୀ ଚିକିତ୍ସକଙ୍କୁ ଉତରୀୟ ଓ ଫୁଲତୋଡା ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande