
ଭୁବନେଶ୍ୱର, 25 ଏପ୍ରିଲ୍ (ହି.ସ.)- ଗ୍ରାମ୍ୟ ଉନ୍ନୟନ ବିଭାଗ ଭୁବନେଶ୍ବର ଡିଭିଜନ ଦ୍ୱାରା
ପ୍ରସ୍ତାବିତ ପାଣ୍ଡିରିପଡ଼ାର ମା ସିଂହାସନୀ ପୀଠରୁ ଖୋର୍ଦ୍ଧା ଜିଲ୍ଲା ବାଣପୁରର ମା' ଭଗବତୀ ପୀଠ ମଧ୍ୟରେ
ଥିବା ୪ କିଲୋମିଟର ରାସ୍ତା ନିର୍ମାଣ ପ୍ରକଳ୍ପ ପାଇଁ ଜଙ୍ଗଲ ବିଭାଗର ଅନୁମୋଦନ ମିଳିଛି । ଏମଏସଏମଇ
ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ଉଦ୍ୟମରେ ଏହି ପ୍ରକଳ୍ପକୁ ଜଙ୍ଗଲ ବିଭାଗର ଅନୁମୋଦନ ମିଳିଛି
।
ଏହି
ପ୍ରକଳ୍ପ ଦ୍ୱାରା ଗଞ୍ଜାମ ଓ ଖୋର୍ଦ୍ଧା ଜିଲ୍ଲା ମଧ୍ୟରେ ଦୂରତ୍ୱ କମିବା ସହ ଉଭୟ ପୀଠର ଧାର୍ମିକ
ମହତ୍ତ୍ୱ ଓ ପର୍ଯ୍ୟଟନ ସମ୍ଭାବନା ବୃଦ୍ଧି ପାଇବ। ସେହି ପରିପ୍ରେକ୍ଷୀରେ ଏହି ପ୍ରକଳ୍ପକୁ
ଯଥାଶୀଘ୍ର ସମ୍ପୂର୍ଣ୍ଣ କରିବା ପାଇଁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା