ଜୟପୁର ଗାଁରେ ବାପା ପୁଅ ତିନି ଜଣଙ୍କ ଉପରେ ମରଣାନ୍ତକ ଆକ୍ରମଣ
ଗଗମକମ, 25 ଏପ୍ରିଲ୍ (ହି.ସ.) ଆସିକା ନିକଟସ୍ଥ କୋଟିନଡା ଥାନା ଜୟପୁର ଗାଁରେ ଗତକାଲି ରାତିରେ ଗାଁ ରାଜନୀତିକୁ କେନ୍ଦ୍ର କରି ସାମାନ୍ୟ ବଚସା ନେଇ ବାପା ପୁଅ ତିନି ଜଣଙ୍କ ଉପରେ କିଛି ବ୍ୟକ୍ତି ଧାରୁଆ ଅସ୍ତ୍ର ଓ ଠେଙ୍ଗାବାଡିରେ ମରଣାନ୍ତକ ଆକ୍ରମଣ କରିଛନ୍ତି। ଵାପା ଆଶିଷ ଲେଙ୍କା ଦୁଇ ପୁଅ ଵିକାଶ ଓ କ
ଜୟପୁର ଗାଁରେ ବାପା ପୁଅ ତିନି ଜଣଙ୍କ ଉପରେ ମରଣାନ୍ତକ ଆକ୍ରମଣ


ଗଗମକମ, 25 ଏପ୍ରିଲ୍ (ହି.ସ.) ଆସିକା ନିକଟସ୍ଥ କୋଟିନଡା ଥାନା ଜୟପୁର ଗାଁରେ ଗତକାଲି ରାତିରେ ଗାଁ ରାଜନୀତିକୁ କେନ୍ଦ୍ର କରି ସାମାନ୍ୟ ବଚସା ନେଇ ବାପା ପୁଅ ତିନି ଜଣଙ୍କ ଉପରେ କିଛି ବ୍ୟକ୍ତି ଧାରୁଆ ଅସ୍ତ୍ର ଓ ଠେଙ୍ଗାବାଡିରେ ମରଣାନ୍ତକ ଆକ୍ରମଣ କରିଛନ୍ତି। ଵାପା ଆଶିଷ ଲେଙ୍କା ଦୁଇ ପୁଅ ଵିକାଶ ଓ କୁନାକୁ ଆକ୍ରମଣ ହୋଇଛି। ଆହତ ତିନି ଜଣଙ୍କୁ ଆସିକା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତି କରାଯାଇଥିଲା। ତେବେ ସେମାନଙ୍କର ଅବସ୍ଥା ଗୁରୁତର ଥିବାରୁ ଏହି ତିନି ଆହତଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଂଚି ତିନି ଜଣଙ୍କୁ ଅଟକ ରଖି ଘଟଣାର ତଦନ୍ତ କରୁଛି।

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande