
ଭୁବନେଶ୍ୱର, 25 ଏପ୍ରିଲ୍ (ହି.ସ.)- ବିଶ୍ୱ ମ୍ୟାଲେରିଆ ଦିବସରେ ସଚେତନତା ସୃଷ୍ଟି କରିବାକୁ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅପିଲ କରିଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ
କହିଛନ୍ତି ଯେ, ବିଶ୍ୱ ମ୍ୟାଲେରିଆ ଦିବସରେ, ଆସନ୍ତୁ ଆମେ ମ୍ୟାଲେରିଆକୁ
ନିର୍ମୂଳ କରିବା ପାଇଁ ପୁନର୍ବାର ଆମ ସଙ୍କଳ୍ପକୁ ଦୃଢ କରିବା। ସଚେତନତା, ପ୍ରତିରୋଧ ଓ
ସମୁହିକ ପ୍ରୟାସ ମାଧ୍ୟମରେ, ଆମେ ଏକ ସୁସ୍ଥ ଏବଂ ମ୍ୟାଲେରିଆ-ମୁକ୍ତ ଓଡିଶା
ଗଢ଼ିପାରିବା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା