
ଭୁବନେଶ୍ୱର, 25 ଏପ୍ରିଲ୍ (ହି.ସ.)- ପଶୁ ଚିକିତ୍ସା ଦିବସ ଅବସରରେ ଓଡିଶାର ମୁଖ୍ୟମନ୍ତ୍ରୀ
ମୋହନ ଚରଣ ମାଝୀ ସମସ୍ତ ପଶୁ ଚିକିତ୍ସକ ଏବଂ ପଶୁ ସ୍ୱାସ୍ଥ୍ୟ ସହିତ ଜଡିତ ପେଶାଜୀବୀମାନଙ୍କୁ
ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି।
ସୋସିଆଲ ମିଡିଆ ଏକ୍ସରେ ନିଜ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି
ଯେ, ପଶୁ
ଚିକିତ୍ସକମାନଙ୍କର ସମର୍ପିତ କାର୍ଯ୍ୟ ପଶୁଧନର ସ୍ୱାସ୍ଥ୍ୟ ଓ କଳ୍ୟାଣ ସୁନିଶ୍ଚିତ କରିବାରେ
ଅତ୍ୟନ୍ତ ଜରୁରୀ। ସେ କହିଛନ୍ତି ଯେ, ତାଙ୍କର ଅବିରତ ପରିଶ୍ରମ କେବଳ ଗ୍ରାମୀଣ ଜୀବିକାକୁ ସୁଦୃଢ କରେ
ନୁହେଁ, ବରଂ ସାର୍ବଜନୀନ
ସ୍ୱାସ୍ଥ୍ୟ ଓ ଖାଦ୍ୟ ସୁରକ୍ଷାରେ ମଧ୍ୟ ମୂଲ୍ୟବାନ ଅବଦାନ ରଖେ।
ମୁଖ୍ୟମନ୍ତ୍ରୀ ସମାଜକୁ ଆହ୍ୱାନ କରିଛନ୍ତି ଯେ, ପଶୁ
ଚିକିତ୍ସକମାନଙ୍କର ଅମୂଲ୍ୟ ଅବଦାନକୁ ଚିହ୍ନିବା ସହ ତାଙ୍କର କାର୍ଯ୍ୟକୁ ସମ୍ମାନ କରନ୍ତୁ। ସେ
କହିଛନ୍ତି ଯେ, ଏକ ସୁସ୍ଥ ଓ
ସମ୍ବେଦନଶୀଳ ସମାଜ ଗଠନରେ ତାଙ୍କର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା