
ଭୁବନେଶ୍ୱର, ୨୫ ଏପ୍ରିଲ (ହି.ସ.)- ଆସନ୍ତା ୨୬ ତାରିଖରୁ ଜଗତସିଂହପୁର ଢ଼ିଙ୍କିଆଠାରୁ ଆରମ୍ଭ ହୋଇ ଭୁବନେଶ୍ୱର ଲୋକଭବନରେ ସମାପ୍ତ ହେଉଥିବା ୮ ଦିନର ଯାତ୍ରାକୁ ଜଗତସିଂହପୁର ପ୍ରଶାସନ ଅନୁମତି ନ ଦେବା ଫଳରେ, ପଦଯାତ୍ରାକୁ ସ୍ଥଗିତ ରଖାଯାଇଛି ବୋଲି କଂଗ୍ରେସ ଭବନଠାରେ କଂଗ୍ରେସ ନେତୃବୃନ୍ଦ ପ୍ରକାଶ କରିଛନ୍ତି ।
ଜଗତସିଂହପୁର, ଯାଜପୁର, ଅନୁଗୁଳ, ସୁନ୍ଦରଗଡ ଠାରୁ କୋରାପୁଟ ରାୟଗଡା ପର୍ଯ୍ୟନ୍ତ କେବଳ ଶିଳ୍ପସଂସ୍ଥାଙ୍କ ସ୍ୱାର୍ଥକୁ ଆଖି ଆଗରେ ରଖି ଖଣି ଓ ଶିଳ୍ପାୟନ କରି ଆଦିମ ଜନଜାତିଙ୍କ ବେନିୟମ ବିସ୍ଥାପନ କରୁଛି । କଂଗ୍ରେସ ଦଳ ଯେତେବେଳେ ଆଦିବାସୀ ଏବଂ ଏହାଦ୍ୱାରା ପ୍ରଭାବିତ ଲୋକଙ୍କ ସ୍ୱାର୍ଥ ଓ ନ୍ୟାୟ ପାଇଁ ଲଢେଇ କରିବାକୁ ଉଦ୍ୟମ କରୁଛି, କଂଗ୍ରେସର ମୁହଁବନ୍ଦ କରିବାକୁ ପ୍ରଶାସନ କାର୍ଯ୍ୟକ୍ରମ କରିବାକୁ ଅନୁମତି ନ ଦେବା ଦୁଃଖଦାୟକ। ପିସିସି ଉପସଭାପତି ଡଃ ଲଲାଟେନ୍ଦୁ ମହାପାତ୍ର କହିଲେ ଶାନ୍ତିପୂର୍ଣ୍ଣ ପଦଯାତ୍ରାକୁ ପ୍ରଶାସନ ଅନୁମତି ନ ଦେବା ଗଣତନ୍ତ୍ରର ହତ୍ୟା ଜନତାଙ୍କ ସ୍ୱାର୍ଥ ପାଇଁ ପ୍ରତିବାଦ ସମାବେଶ କିମ୍ବା ଯାତ୍ରା ଲୋକଙ୍କ ସାମ୍ବିଧାନିକ ଅଧିକାର ଅଟେ। ଜଗତସିଂହପୁର ପ୍ରଶାସନ ଅନୁମତି ନ ଦେବାକୁ କଂଗ୍ରେସ ଦୃଢ ପ୍ରତିବାଦ କରୁଛି। ଜଗତସିଂହପୁର ଜିଲ୍ଲା କଂଗ୍ରେସ ସଭାପତି କହିଲେ ଆମେ ଜଗତସିଂହପୁର ପ୍ରଶାସନକୁ ପଦଯାତ୍ରା କରିବାପାଇଁ ପୁଣି ଅନୁମତି ମାଗିଛୁ ସେହି ଅନୁସାରେ ପଦଯାତ୍ରା ର ତାରିଖ ଆମେ ଘୋଷଣା କରିବୁ । ଏହି ସାମ୍ବାଦିକ ବିବୃତି କାର୍ଯ୍ୟକ୍ରମରେ କଟକ ଜିଲ୍ଲା କଂଗ୍ରେସ ସଭାପତି ପ୍ରଦୀପ୍ତ କୁମାର ଦାସ, ଖୋର୍ଦ୍ଧା ଜିଲ୍ଲା ସଭାପତି ରାଜୀବ ପଟ୍ଟନାୟକ, ଏରସମା ଜିଲ୍ଲା ପରିଷଦ ସଭ୍ୟ ପିନାକୀ ଦାସ, ବିଧାୟକ ପ୍ରାର୍ଥୀ ନିରଞ୍ଜନ ନାୟକ ,ବିଧାୟକ ପ୍ରାର୍ଥୀ ନଳିନୀ କୁମାର ସ୍ୱାଇଁଙ୍କ ସହିତ ଅନ୍ଯ ନେତୃବୃନ୍ଦ ଉପସ୍ଥିତ ରହି ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା