ସରକାରୀ କର୍ମଚାରୀଙ୍କୁ କାର୍ଯ୍ୟଦକ୍ଷତା ମୂଲ୍ୟାୟନ ରିପୋର୍ଟ ଦାଖଲ ନିର୍ଦ୍ଦେଶ
ଭୁବନେଶ୍ୱର, 25 ଏପ୍ରିଲ୍ (ହି.ସ.)- ସରକାରୀ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ମୂଲ୍ୟାୟନ ରିପୋର୍ଟ ଦାଖଲ ପାଇଁ ଆସିଲା ନିର୍ଦ୍ଦେଶ। ରାଜ୍ୟ ସାଧାରଣ ପ୍ରଶାସନ ଓ ଜନଅଭିଯୋଗ ବିଭାଗ ପକ୍ଷରୁ ଏନେଇ ନୂଆ କାର୍ଯ୍ୟସୂଚୀ ଜାରି ହୋଇଛି। କର୍ମଚାରୀଙ୍କୁ ମେ ୩୧ ତାରିଖ ସୁଦ୍ଧା
ସରକାରୀ କର୍ମଚାରୀଙ୍କୁ     କାର୍ଯ୍ୟଦକ୍ଷତା ମୂଲ୍ୟାୟନ ରିପୋର୍ଟ ଦାଖଲ ନିର୍ଦ୍ଦେଶ


ଭୁବନେଶ୍ୱର, 25 ଏପ୍ରିଲ୍ (ହି.ସ.)- ସରକାରୀ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା

ମୂଲ୍ୟାୟନ ରିପୋର୍ଟ ଦାଖଲ ପାଇଁ ଆସିଲା ନିର୍ଦ୍ଦେଶ। ରାଜ୍ୟ ସାଧାରଣ ପ୍ରଶାସନ ଓ ଜନଅଭିଯୋଗ

ବିଭାଗ ପକ୍ଷରୁ ଏନେଇ ନୂଆ କାର୍ଯ୍ୟସୂଚୀ ଜାରି ହୋଇଛି। କର୍ମଚାରୀଙ୍କୁ ମେ ୩୧ ତାରିଖ ସୁଦ୍ଧା

ନିଜର ସେଲ୍ଫ ଆପ୍ରେଜାଲ ତଥା 'ସ୍ବ-କାର୍ଯ୍ୟଦକ୍ଷତା ରିପୋର୍ଟ' ଦାଖଲ କରିବାକୁ ପଡ଼ିବ।

ନିୟମ ଅନୁସାରେ, ବିଭାଗୀୟ କର୍ମଚାରୀ ପ୍ରଥମେ ନିଜେ ରିପୋର୍ଟ ଦାଖଲ କରିବେ। ଏହାପରେ

ଜୁଲାଇ ୩୧ ସୁଦ୍ଧା ରିପୋର୍ଟିଂ ଅଥରିଟି ଏହା ଉପରେ ନିଜର ମତ ରଖିବେ। ସେପ୍ଟେମ୍ବର ୩୦ ସୁଦ୍ଧା

ସମୀକ୍ଷକ ତଥା ରିଭ୍ୟୁଇଂ ଅଥରିଟି ଏବଂ ଡିସେମ୍ବର ୩୧ ସୁଦ୍ଧା ଚୂଡ଼ାନ୍ତ ଅଧିକାରୀ ବା

ଆକ୍ସେପ୍ଟିଂ ଅଥରିଟି ନିଜର ମତାମତ ଦେବେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande