
ଭୁବନେଶ୍ୱର, ୨୫ ଏପ୍ରିଲ (ହି.ସ.)- ଯାତ୍ରୀମାନଙ୍କ ସୁବିଧା ଏବଂ ରେଳ ପରିଚାଳନାଗତ ଦକ୍ଷତା ବୃଦ୍ଧି କରିବା ପାଇଁ ଦୁଇଟି ମେମୁ ଟ୍ରେନ୍ ସେବାର ସମୟସୂଚୀକୁ ୨୫ ଏପ୍ରିଲ ରୁ ସଂଶୋଧିତ କରାଯାଇଛି।
ଟ୍ରେନ୍ ନମ୍ବର ୬୮୪୨୧: ଅନୁଗୁଳ-ପୁରୀ ମେମୁ ଟ୍ରେନ୍ ଅନୁଗୁଳରୁ ଭୋର ୦୫:୧୦ ଘଟିକାରେ ଛାଡ଼ିବ ଏବଂ ତାଳଚେର ଠାରେ ୦୫:୩୫ ଘଟିକାରେ (ପ୍ରସ୍ଥାନ ୦୫:୪୫) ପହଂଚିବ। ଏହା ମେରାମଣ୍ଡଳୀ ଷ୍ଟେସନ ଠାରେ ସକାଳ ୦୬:୦୯ (ପ୍ରସ୍ଥାନ ୦୬:୧୦) ଏବଂ ଢେଙ୍କାନାଳ ଠାରେ ୦୭:୦୦ (ପ୍ରସ୍ଥାନ ୦୭:୦୫) ଘଟିକାରେ ପହଂଚିବ। ଟ୍ରେନ୍ଟି ଭାୟା ନରାଜ ମାର୍ଥାପୁର (ଆଗମନ ୦୭:୫୩ / ପ୍ରସ୍ଥାନ ୦୭:୫୪) ହୋଇ ବାରଙ୍ଗ ଷ୍ଟେସନ ରେ ପହଂଚିବ ୦୮:୦୮ ଏବଂ ପ୍ରସ୍ଥାନ ୦୮:୦୯, ଭୁବନେଶ୍ୱର ନିଉ (ଆଗମନ ୦୮:୧୪ / ପ୍ରସ୍ଥାନ ୦୮:୧୫) ଏବଂ ମେଂଚଶ୍ୱର (ଆଗମନ ୦୮:୨୨ / ପ୍ରସ୍ଥାନ ୦୮:୨୩) ଦେଇ ଗତି କରିବ। ଭୁବନେଶ୍ୱର ଠାରେ ଏହା ୦୮:୫୦ ଘଟିକାରେ ପହଂଚି ୦୮:୫୫ ରେ ପ୍ରସ୍ଥାନ କରିବ। ଏହାପରେ ଖୋର୍ଦ୍ଧା ରୋଡ୍ ଠାରେ ୦୯:୧୫ (ପ୍ରସ୍ଥାନ ୦୯:୨୦), ଡେଲାଙ୍ଗ ଠାରେ ୦୯:୩୭ (ପ୍ରସ୍ଥାନ ୦୯:୩୮) ଏବଂ ସାକ୍ଷୀଗୋପାଳ ଠାରେ ୦୯:୪୧ (ପ୍ରସ୍ଥାନ ୦୯:୪୨) ରେ ପହଂଚି, ଶେଷରେ ପୁରୀ ଠାରେ ସକାଳ ୧୦:୫୦ ଘଟିକାରେ ପହିବ।
ସେହିପରି ଟ୍ରେନ୍ ନମ୍ବର ୬୮୪୩୭ ଭଦ୍ରକ-କଟକ ମେମୁ ଟ୍ରେନ୍ ଭଦ୍ରକରୁ ଅପରାହ୍ନ ୧୫:୦୦ (୩ଟା) ଘଟିକାରେ ଯାତ୍ରା ଆରମ୍ଭ କରିବ ଏବଂ କେନ୍ଦୁଆପଦା ଠାରେ ୧୫:୨୦ (ପ୍ରସ୍ଥାନ ୧୫:୨୧) ରେ ପହଂଚିବ।
ଏହା ଯାଜପୁର କେଉଁଝର ରୋଡ୍ ଠାରେ ୧୬:୨୧ (ପ୍ରସ୍ଥାନ ୧୬:୨୨) ଏବଂ ଧାନମଣ୍ଡଳ ଠାରେ ୧୭:୦୨ (ପ୍ରସ୍ଥାନ ୧୭:୦୩) ରେ ପହଂଚିବ। ପରବର୍ତୀ ସମୟରେ, ଟ୍ରେନ୍?ଟି କପିଳାସ ରୋଡ୍ ଠାରେ ସଂଧ୍ୟା ୧୭:୨୬ (ପ୍ରସ୍ଥାନ ୧୭:୨୭) ଏବଂ ନିର୍ଗୁଣ୍ଡି ଠାରେ ୧୭:୩୨ (ପ୍ରସ୍ଥାନ ୧୭:୩୩) ରେ ପହଂଚିବା ପରେ କଟକବଠାରେ ସନ୍ଧ୍ୟା ୧୮:୪୦ (୬:୪୦) ଘଟିକାରେ ଯାତ୍ରା ଶେଷ କରିବ।
ଯାତ୍ରା ଆରମ୍ଭ କରିବା ପୂର୍ବରୁ ଯାତ୍ରୀମାନେ ଏନଟିଇଏସ କିମ୍ବା ୟୁ.ଟି. ଏସ ଆପ୍ ମାଧ୍ୟମରେ ଟ୍ରେନ୍ ସମୟ ଯାଂଚ କରିବାକୁ ଅନୁରୋଧ କରାଯାଉଛି। ଏହି ସଂଶୋଧନର ଲକ୍ଷ୍ୟ ହେଉଛି ଟ୍ରେନର ସମୟାନୁବର୍ତିତା ବଜାୟ ରଖିବା ଏବଂ ବ୍ୟସ୍ତବହୁଳ ସେକ୍ସନଗୁଡ଼ିକରେ ସୁରୁଖୁରୁରେ ଟ୍ରେନ୍ ପରିଚାଳନା ସୁନିଶ୍ଚିତ କରିବା।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା