
ଧର୍ମଶାଳା,୨୫ଏପ୍ରିଲ(ହି.ସ.) - ଆଜି ହେଉଛି ଗ୍ରହରାଜ ଶନି ଓଷା । ବିଭିନ୍ନ ଶନି ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ । ଆଜିର ଦିନରେ ବ୍ରତ ସହ ଗ୍ରହରାଜଙ୍କ ଉପରେ ଜଳାଭିଷେକ କଲେ ଶନିଙ୍କ କୋପ ପଡିବ ନାହିଁ । ତେବେ ଆଜି ଶନି ଓଷା ହୋଇ ଥିବାରୁ ଯାଜପୁର ଜିଲାର ସମସ୍ତ ଶନି ମନ୍ଦିରରେ ଭକ୍ତଙ୍କୁ ନାହିଁ ନ ଥିବା ଭିଡ ଦେଖିବକୁ ମିଳିଛି । ଏହି କ୍ରମରେ ଯାଜପୁର ଜିଲା ଧର୍ମଶାଳା ଓ ରସୁଲପୁର ବ୍ଲକର ୨୦ରୁ ଉର୍ଦ୍ଧ ଶନି ମନ୍ଦିରରେ ପୂଜାର୍ଚ୍ଚନା ଚାଲିଛି । ବିଶେଷ କରି ଏହି ବ୍ଲକ ଦେଓଦା ଓ ମଙ୍ଗଳପୁର ପଂଚାୟତସ୍ଥ ପଂଚାୟତ ବାସୁଦେବପୁର ନିରଘାଟ ଶନି ମନ୍ଦିର ଜିଲାରେ ବେଶ୍ ପରିଚିତ । ଆଜି ଏହି ମନ୍ଦିରରେ ଭୋର ସମୟରେ ପଣ୍ଡିତ ମଦନ ନନ୍ଦଙ୍କ ଦ୍ୱାରା ବିଶେଷ ରିତିକାନ୍ତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା । ପୂଜାକର୍ମରେ ମୁଖ୍ୟକର୍ତା ରଂଜନ କୁମାର ପାଣି ସହଯୋଗ କରିଥିଲେ । ସକାଳୁ ସକାଳୁ ସ୍ଥାନୀୟ ୨୦ ଗୋଟି ପଂଚାୟତର ଶହଶହ ଭକ୍ତ ଏଠାକୁ ଆସି ପୂଜାର୍ଚ୍ଚନା କରିଛନ୍ତି । ବ୍ରାହ୍ମଣୀର ଶାଖା କେଲୁଅ ନଦୀରୁ ମାନସିକଧାରୀମାନେ କଳସରେ ପାଣି ଆଣି ଶନିଙ୍କ ପରେ ଜଳାଭିଷେକ କରିଥିଲେ । ଜଳ ଲାଗି କଲେ ଶନି ପ୍ରସନ୍ନ ହୁଅନ୍ତି ବୋଲି ଭକ୍ତମାନଙ୍କ ବିଶ୍ୱାସ ରହିଛି । ପରେ ଭକ୍ତମାନେ ଦୀପ ଜାଳି ଶନି ଦେବଙ୍କୁ ନିଜର ଗୁହାରୀ ଶୁଣାଇଛନ୍ତି । ସୁରେନ୍ଦ୍ର ପାଣି,ପ୍ରସନ୍ନ ପାଣି,ସୁଜିତ ପାଣି,ବିଜୟ କୁମାର ପାଣି,ନିରଞ୍ଜନ ମହାନ୍ତି,ନବଘନ ପାଣି,ଧର୍ମେନ୍ଦ୍ର ପାଣି,କୁଳମଣୀ ସାହୁ,ନାରଣ ସାହୁ,ଶ୍ୟାମସୁନ୍ଦର ବେହେରା,ଶତୃଘ୍ନ ସାହୁ,ଶରତ ସାହୁ,ବୀର କିଶୋର ସାହୁ,ବସନ୍ତ ସାହୁ,ତୈଲୋକ୍ୟ ବେହେରା,ରଶ୍ମି ରଂଜନ ସାହୁ,ଜଗତ ସାହୁ,ରବିନ୍ଦ୍ର ସାହୁ,ଅକ୍ଷୟ ମଳିକ,ନିରଞ୍ଜନ ମଳିକ,ସନ୍ତୋଷ ମଳିକ,ପ୍ରଫୁଲ୍ଲ ମଳିକ,ନିତ୍ୟାନନ୍ଦ ମଳିକ,ଦାମ ମଳିକ ଓ ସ୍ୱରାଜ ପାଣି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଜନସମାଗମକୁ ଦୃଷ୍ଟିରେ ରଖି ଧର୍ମଶାଳା ଥାନା ଓ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ବିଶେଷ କରି ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଜଳଛତ୍ର ବ୍ୟବସ୍ଥା କରାଯାଇଛି । ସେହିପରିଭାବେ ରସୁଲପୁର ବ୍ଲକ ବ୍ରହ୍ମବରଦା ହାଟଠାରେ ବିଶେଷ ରିତିକାନ୍ତି ଅନୁଯାୟୀ ପୂଜାଚ୍ଚର୍ନା କରାଯାଇଛି । ଭକ୍ତମାନେ ଶହଶହ ସଂଖ୍ୟାରେ ଯୋଗ ଦେଇ ବ୍ରାହ୍ମଣୀ ନଦୀରୁ କଳସୀ ଜଳ ସଂଗ୍ରହ କରି ମନ୍ଦିରରେ ଜଳାଭିଷେକ କରିଥିଲେ । ଦିପକ ସାହୁ, ଅତୁଲ୍ୟ ରାଉତ,ସୁଧିର ବେହେରା,ଅଜୟ ବେହେରା,ନକୂଳ ଦାସ,ଅକ୍ଷୟ ଗିରି,ଅଶୋକ ଦାସ,ହାଡିବନ୍ଧୁ ଦାସ ଓ କମଳ ଦାସ ପ୍ରମୁଖ ଯଜ୍ଞ କର୍ମରେ ସହଯୋଗ କରିଥିଲେ । ବ୍ରହ୍ମବରଦା ଥାନା ପକ୍ଷରୁ ଶାନ୍ତିଶୃଙ୍ଖଳା ନିମେନ୍ତ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ