
ଭୁବନେଶ୍ୱର, ୨୫ ଏପ୍ରିଲ (ହି.ସ.)- ଭାରତୀୟ ଗଣତନ୍ତ୍ରରେ ମହିଳାଙ୍କ ଯୋଗଦାନ ସମ୍ପର୍କରେ ଆଲୋଚନା ନେଇ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନକୁ କଟାକ୍ଷ କରିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ। ଅରୁଣ କହିଛନ୍ତି କୌଣସି କାରଣ ନଥାଇ କେନ୍ଦ୍ର ସରକାର ଅବେଳରେ ସଂସଦ ଅଧିବେଶନ ଡାକିଥିଲେ। ଏହା ପୂର୍ବରୁ ୪୮ ଘଂଟାରେ ବିଧାନସଭା ଡାକିବାକୁ ଦାବି କରିଥିଲେ ବିରୋଧୀଦଳ ନେତା। ବିଲ୍ ଆସିବା ପୂର୍ବରୁ କାହା ସହ ଆଲୋଚନା ନକରି ମହିଳା ସଂରକ୍ଷଣ ବିଲ୍ ଆଣିଲେ। ବିଲ୍ ଆସିବା ପୂର୍ବରୁ ବିଜେପି ଏନେଇ ଅନେକ ପ୍ରଚାର କଲା। ଏବେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକି ଡ୍ରାମା କରୁଛନ୍ତି ବୋଲି କହିଛନ୍ତି ଅରୁଣ। ଏବେ ବିଧାନସଭା କାହିଁକି ଡାକିଲେ ତାହା ମଧ୍ୟ ଜଣାଇ ନାହାନ୍ତି। ୩୦ ତାରିଖରେ ତାଙ୍କ ସହ ଦେଖାଦେଖି ହେବ ବୋଲି କହିଛନ୍ତି ବରିଷ୍ଠ ବିଜେଡି ବିଧାୟକ ଅରୁଣ ସାହୁ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା