

ପୁରୀ, ୨୬ ଏପ୍ରିଲ୍ (ହି.ସ.)- ଶନିବାର ବିଳମ୍ବିତ ରାତିରେ ପୁରୀ ରଥଖଳାରେ୨୮ ଖଣ୍ଡ କାଠ ପହଞ୍ଚିଛି | ସପ୍ତମ ଦଫାରେ ଏହି ରଥକାଠ ଗଞ୍ଜାମ ଜିଲ୍ଲା ଘୁମୁସର ଉତ୍ତର ଖଣ୍ଡ ଜଙ୍ଗଲରୁ ଆସିଅଛି|
ଏଥି ମଧ୍ୟରେ ୧୨ ଫୁଟିଆ ଧଉରା କାଠ ୪ ଖଣ୍ଡ ,୨୦ ଫୁଟିଆ ଧଉରା କାଠ ୧୬ ଖଣ୍ଡ, ୨୦ ଫୁଟିଆ ଅସନ କାଠ ୮ ଖଣ୍ଡ ଏହିପରି ମୋଟ୍ ୨୮ ଖଣ୍ଡ କାଠ ରଥଖଳାରେ ପହଞ୍ଚିଥିବା ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନ ଗଣମାଧ୍ୟମକୁ ସୂଚନା ଦେଇଛି |
ହିନ୍ଦୁସ୍ଥାନ ସମାଚାର / ବିଜୟ