୫ଟି ବାଲି ବୋଝେଇ ହାଇୱା ଟ୍ରକ ଜବତ
ଜୟପୁର, ୨୬ ଏପ୍ରିଲ୍ (ହି.ସ.) - ଜୟପୁର ତଥା ଆଖପାଖ ଅଂଚଳରେ ବାଲି ମାଫିଆଙ୍କ ରାଜୁତି ବଢିବାରେ ଲାଗିବା ଏବପ୍ସ ମାଇନିପ୍ସ ଅଫିସରରକୁ ମାଡ ମାରିବା ପରେ ବର୍ତମାନ ଆକ୍ସନ ମୋର୍ଡରେ ଖଣିବିଭାଗ। ଆଜି ଏକାଥରକେ ୫ଟି ବାଲିବୋଝେଇ ହାଇୱା ଟ୍ରକ ଜବତ କରିଛି ପୋଲିସ । ବୋରିଗୁମ୍ମା ବ୍ଲକ ବିସିଙ୍ଗପୁର ଥାନା ଅଂଚ
୫ଟି ବାଲିବୋଝେଇ ହାଇଵା ଟ୍ରକ ଜବତ


ଜୟପୁର, ୨୬ ଏପ୍ରିଲ୍ (ହି.ସ.) - ଜୟପୁର ତଥା ଆଖପାଖ ଅଂଚଳରେ ବାଲି ମାଫିଆଙ୍କ ରାଜୁତି ବଢିବାରେ ଲାଗିବା ଏବପ୍ସ ମାଇନିପ୍ସ ଅଫିସରରକୁ ମାଡ ମାରିବା ପରେ ବର୍ତମାନ ଆକ୍ସନ ମୋର୍ଡରେ ଖଣିବିଭାଗ। ଆଜି ଏକାଥରକେ ୫ଟି ବାଲିବୋଝେଇ ହାଇୱା ଟ୍ରକ ଜବତ କରିଛି ପୋଲିସ । ବୋରିଗୁମ୍ମା ବ୍ଲକ ବିସିଙ୍ଗପୁର ଥାନା ଅଂଚଳରେ ବେଆଇନ ବାଲି ଚାଲାଣ କରୁଥିବା ବେଳ ଖଣି ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ବୋରିଗୁମ୍ମା ବ୍ଲକ ଶୁକୁଲିଗୁଡା, ବଣ୍ତଲିଗୁଡା ଘାଟରୁ ରାତି ଅଧିଆ ଲୁଟ ହେଉଥିଲା ବାଲି। ଜବତ ହୋଇଥିବା ୫ଟି ଗାଡିକୁ ବିସିଙ୍ଗପୁର ଥାନାରେ ଅଟକ ରଖାଯାଇଛି। ଆଗକୁ ଖଣି ବିଭାଗ ପକ୍ଷରୁ ବେଆଇନ ବାଲିଘାଟକୁ ବନ୍ଦ କରାଯିବ ନା କେବଳ ବାଲି ଗାଡିକୁ ଜବତ କରି ଜୋରିମାନା ଆଦାୟ କରାଯିବ ଏନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande