

ଜୟପୁର, ୨୬ ଏପ୍ରିଲ୍ (ହି.ସ.)- କୋରାପୁଟ ଜିଲା ଜୟପୁର ଦଶହରା ପଡିଆରେ ଆଜି ଆଧାତ୍ମିକ ସମାବେଶ ଅନୁଷ୍ଠିତ ହୋଇଛି । ଆଧାତ୍ମିକ ସମାବେଶରେ ଜୟପୁର ସହର ଦୁଲୁକିଛି । ହରି ନାମରେ ପରିବେଶ ଉତ୍ସବ ମୁଖ୍ର ହୋଇପଡିଛି । ପ୍ରଥମେ ଜୟପୁର ଜଗନ୍ନାଥ ମନ୍ଦିର ଠାରୁ ବିଶାଳ ଶୋଭାଯାତ୍ରା ବାହାରି ମୁଖ୍ୟ ରାସ୍ତା ଦେଇ ଦଶହରା ପଡିଆ ଠାରେ ପହଞ୍ଚି ଥିଲା । ଏହି ସମାବେଶରେ ମୁଖ୍ୟ ଅତିଥି ଭାବେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ସମ୍ମାନିତ ଅତିଥି ଭାବେ କୋରାପୁଟ ବିଧାୟକ ରଘୁ ରାମ ମାଛ ଯୋଗଦେଇ ସଂକିର୍ତନ କରିଥିଲେ । ବିଧାୟକ ବାହିନିପତି ଯୋଗଦେଇ ଏକ ଲୋକ କଳା ଭବନ ଜୟପୁର ରେ ନିର୍ମାଣ କରିବାକୁ ଘୋଷଣା କରିଥିବା ବେଳେ କୋରାପୁଟ ବିଧାୟକ ମାଛ ଲୋକ କଳା ପାଇଁ ବାଦ୍ୟ ଯନ୍ତ୍ର, ପେନସନ, ଭାଗବତି ଟୁଙ୍ଗି ଆଦି ବ୍ୟବସ୍ଥା କରିବାକୁ ଘୋଷଣା କରିଥିଲେ । ଏହି ଶୋଭାଯାତ୍ରା ଓ ସମାବେଶ କୋରାପୁଟ ଜିଲାର ୧୪ଟି ବ୍ଲକ ଏବଂ ୪ଟି ଏନଏସି ଓ ପୌରାଞ୍ଚଳର ହଜାର ହଜାର ସଂକିତ୍ତନ ମଣ୍ଡଳି ଯୋଗ ଦେଇଥିଲେ । ହଜାର ହଜାର ଲୋକଙ୍କ ସମାବେଶ ହୋଇଥିଲା । ଶ୍ରୀଶ୍ରୀ ଜଗନ୍ନାଥ ନାମ ସଂକୀତ୍ତନ ଲୋକ କଳା ପରିଷଦ ଓଡିଶା ଦ୍ୱାରା ଏହି ସମାବେଶ ଆୟୋଜନ କରାଯାଇଥିଲା । ଲୋକକଳା ପରିଷଦର ରାଜ୍ୟ ସଭାପତି ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଜିଲା ସଭାପତି କୃଷ୍ଣ ଚନ୍ଦ୍ର ପାଳ, ଜିଲା ସମ୍ପାଦକ ସୁଜିତ୍ କୁମାର ସାହୁ, ଉପ ସଭାପତି ରତ୍ନାକର ନାରାଜୀ, ବାବୁ ଭାଇ ବଜରଙ୍ଗି ପ୍ରମୁଖ ଉପସ୍ଥିତ ଥଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି