
ଜୟପୁର, ୨୬ ଏପ୍ରିଲ୍ (ହି.ସ.)- ଜୟପୁର ବ୍ଲକ ଅନ୍ତର୍ଗତ ସାନକାଉଡି ଗ୍ରାମରେ ପେଣ୍ଠିଆ- ହଲବା ଆଦିବାସୀ ବିକାଶ ପରିଷଦର ସଭାଗୃହ ଆଜି ଉଦଘାଟିତ ହୋଇଛି । ଏଠାରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ଯୋଗଦେଇ ପେଣ୍ଠିଆ- ହଲବା ବିକାଶ ପରିଷଦର ସଭାଗୃହ ଉଦଘାଟନ କରିଥିଲେ । ଏହି ଅବସରରେ ସମାଜର ନୂଆ ବେରନ ଘର ବାସା ଓ ଚଇତ ପରବ ଭେଟଘାଟ କାର୍ଯ୍ୟକ୍ରମରେ ବିଧାୟକ ବାହିନିପତି ଯୋଗଦେଇ ଆଦିବାସୀ ମାନଙ୍କୁ ଉତ୍ସାହିତ କରିଥିଲେ । ଏଠାରେ ସମ୍ମାନିତ ଅତିଥି ଭାବେ କୋରାପୁଟ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ଇଶ୍ୱର ଚନ୍ଦ୍ର ପାଣିଗ୍ରାହୀ, ବ୍ଲକ ଅଧ୍ୟକ୍ଷା ତିଳୋତ୍ତମା ମୁଦୁଲି, ଜିଲା ପରିଷଦ ସଭ୍ୟା ରଶ୍ମି ରଥ, କଂଗ୍ରେସର ବ୍ଲକ ସଭାପତି ବସନ୍ତ ନାୟକ, ହଲବା ସମାଜର ସଭାପତି ପୀତବାସ ହାଲବା, ସମ୍ପାଦକ ଆନନ୍ଦ ହଲବାଙ୍କ ସହ ୧୨ ଗୋଟି ଆଦିବାସୀ ସମାଜର ସଭାପତି ଉପସ୍ଥିତ ଥିଲେ । ଏଠାରେ ନାତ ଗୀତ ବାଜାରେ ଅତିଥି ମାନଙ୍କୁ ସ୍ୱାଗତ କରାଯାଇଥିଲା ।
ହିନ୍ଦୁସ୍ଥାନ ସମାଚାର / ପିକେପି