ବାବା ଆଖଣ୍ଡଳମଣିଙ୍କ ଦର୍ଶନ ପାଇଁ ୨ଶହ କିମି ସାଇକେଲ ଯାତ୍ରା , ୪୦ଡିଗ୍ରୀ ଖରା ସ୍ୱତେ ବାବାଙ୍କ ମହିମା ଟାଣି ଆଣିଲା ପୀଠକୁ
ଭଦ୍ରକ, ୨୬ ଅପ୍ରେଲ (ହି.ସ.) - ବୈଶାଖମାସରେ ଟାଇଁ ଟାଇଁ ଖରା। ସକାଳ ୯ଟା ପରେ ପାରଦ ବଢ଼ିବା ସହ ମଧ୍ୟାହ୍ନ ସୁଧା ୪୦ଡିଗ୍ରୀରେ ପହଂଚୁଛି। ଏହାକୁ ଖାତିରି ନକରି ବାବା ଆଖଣ୍ଡଳମଣିଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ନିମନ୍ତେ ରବିବାର ଭୋର ୪ଟା ସମୟରେ ମୟୁରଭଞ୍ଜ ଜିଲା କପ୍ତିପଦା ସୁଲଗଡିଆ ଗାଁର ୭୪ ବର୍ଷି
BABA AKHANDALAMANI CYCLE YATRA


ଭଦ୍ରକ, ୨୬ ଅପ୍ରେଲ (ହି.ସ.) - ବୈଶାଖମାସରେ ଟାଇଁ ଟାଇଁ ଖରା। ସକାଳ ୯ଟା ପରେ ପାରଦ ବଢ଼ିବା ସହ ମଧ୍ୟାହ୍ନ ସୁଧା ୪୦ଡିଗ୍ରୀରେ ପହଂଚୁଛି। ଏହାକୁ ଖାତିରି ନକରି ବାବା ଆଖଣ୍ଡଳମଣିଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ନିମନ୍ତେ ରବିବାର ଭୋର ୪ଟା ସମୟରେ ମୟୁରଭଞ୍ଜ ଜିଲା କପ୍ତିପଦା ସୁଲଗଡିଆ ଗାଁର ୭୪ ବର୍ଷିୟ ଜୟନ୍ତ ନାୟକ ଓ ତାଙ୍କ ସାଥିରେ ଇନ୍ଦ୍ରଜିତ ମେରିଡିଆନ, ଜହ୍ନ ବିନ୍ଧାଣୀ, ସୁରଜ ନାୟକ ୪ଜଣ ଏକତ୍ରିତ ଭାବେ ସାଇକେଲ ଚଳାଇ ସନ୍ଧ୍ୟା ୫ଟା ସୁଧା ପହଂଚିଥିଲେ ବାବାଙ୍କ ପୀଠ ଆରଡିଧାମରେ। ଏପରିକି ମୟୁରଭଞ୍ଜ ରୁ ଆରଡି ପୀଠ ଦୀର୍ଘ ୨ଶହ କିମିରୁ ଉର୍ଦ୍ଧ ବାଟ ସାଇକେଲ ଯୋଗେ ଆସିଥିଲେ ୪ଭକ୍ତ। ଏପରି ଡହଡହ ଖରାରେ କିପରି ଭାବେ ଏତେ ବାଟ ସାଇକେଲରେ ଆସିଲ ପଚାରିବାରୁ ବାବାଙ୍କର ଅପାର କରୁଣା ଓ ତାଙ୍କର ମହିମା ଯୋଗୁଁ ବୈଶାଖ ମାସର ୪୦ଡିଗ୍ରୀ ଖରା କିଛି ପ୍ରଭାବ ପକାଇ ନାହିଁ। ତାହାଛଡ଼ା ଯେଉଁଠି ଆମକୁ ଶୋଷ ଲାଗିଛି ପିଇବାପାଣି ମିଳିଛି। ବାବାଙ୍କ ନାମ ତୁଣ୍ଡରେ ଧରି ଆସିଥିବାରୁ ଆମକୁ ବାଟ ଜଣା ପଡିଲା ନାହିଁ ବୋଲି କହିଥିଲେ ଭକ୍ତ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande