ଜଳବାୟୁ ସୁରକ୍ଷା ପରିଷଦ ତରଫରୁ ଆରୋଗ୍ୟ ମିତ୍ର ତାଲିମ ଶିବିର
ଭଦ୍ରକ, ୨୬ ଅପ୍ରେଲ (ହି.ସ.) - ଭାରତ ସରକାରଙ୍କ ତରଫରୁ ନିଆରା ପ୍ରୟାସ,ଭଦ୍ରକ ଜିଲ୍ଲା ପଂଚାୟତ ସମ୍ବଳ ତାଲିମ କେନ୍ଦ୍ରଠାରେ ଜଳବାୟୁ ସୁରକ୍ଷା ପରିଷଦ ପକ୍ଷରୁ ଆରୋଗ୍ୟ ମିତ୍ର ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଜଳବାୟୁ ସୁରକ୍ଷା ପରିଷଦର ମୁଖ୍ୟ ନିର୍ଦ୍ଦେଶକ ଜ୍ଞାନରଞ୍ଜନ ସ୍ୱାଇଁଙ୍କ ପ୍ରତ୍ୟକ୍ଷ ତୠ
JALABAYU SURAKHYA PARISHAD


ଭଦ୍ରକ, ୨୬ ଅପ୍ରେଲ (ହି.ସ.) - ଭାରତ ସରକାରଙ୍କ ତରଫରୁ ନିଆରା ପ୍ରୟାସ,ଭଦ୍ରକ ଜିଲ୍ଲା ପଂଚାୟତ ସମ୍ବଳ ତାଲିମ କେନ୍ଦ୍ରଠାରେ ଜଳବାୟୁ ସୁରକ୍ଷା ପରିଷଦ ପକ୍ଷରୁ ଆରୋଗ୍ୟ ମିତ୍ର ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଜଳବାୟୁ ସୁରକ୍ଷା ପରିଷଦର ମୁଖ୍ୟ ନିର୍ଦ୍ଦେଶକ ଜ୍ଞାନରଞ୍ଜନ ସ୍ୱାଇଁଙ୍କ ପ୍ରତ୍ୟକ୍ଷ ତୠ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମାଜ ସେବି ସୁରେଶ ସାମଲ,ଆରୋଗ୍ୟ ମିତ୍ର ଅନୁଷ୍ଠାନ ର ସମ୍ପାଦକ ଦୁର୍ଗା ଚରଣ ମିଶ୍ର,ଜଳବାୟୁ ସୁରକ୍ଷା ପରିଷଦ ସଦସ୍ୟ ଉତ୍କଳ କୁମାର ରାଉତ ଯୋଗଦେଇ ଅନୁଷ୍ଠାନିକ ଭାବରେ କାର୍ଯ୍ୟକ୍ରମକୁ ଆରମ୍ଭ କରିଥିବା କରି କାର୍ଯ୍ୟକ୍ରମ ବିଷୟରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ । ଅନ୍ୟତମ ଅତିଥି ଭାବରେ ଯୋଗ ଶିକ୍ଷକ ସୁରେଶ କୁମାର ନାୟକ ଓ ସ୍ୱାସ୍ଥ୍ୟ କେନ୍ଦ୍ରର ଆୟୁର୍ବେଦିକ ଡାକ୍ତର ବିକ୍ରମ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ରୋଗ ପାଇଁ ଯୋଗଏବଂ ଆୟୁର୍ବେଦିକ ଉପଚାର ନିତ୍ୟାନ୍ତ ଆବଶ୍ୟକ ବୋଲି ଉପସ୍ଥିତ ଅତିଥିମାନେ ନିଜ ନିଜ ବକ୍ତବ୍ୟ ରଖିଥିଲେ। ଉପସ୍ଥିତ ଥିବା ଆୟୁର୍ବେଦିକ ଡାକ୍ତର ବିକ୍ରମ ସାହୁ ବର୍ତମାନ ସମୟରେ ଯୋଗ ଏବଂ ଆୟୁର୍ବେଦ ବିଶଲ୍ୟ କରଣୀ ସଦୃଶ ବୋଲି ମତ ରଖିଥିଲେ। ଏହି ଅବସରରେ ଭଦ୍ରକ ଜିଲ୍ଲାର ବିଭିନ୍ନ ଗ୍ରାମପଂଚାୟତରୁ ୪୦ ରୁ ଉର୍ଦ୍ଧ୍ୱ ଶିବିରାର୍ଥୀ ଯୋଗଦେଇଥିଲେ। ଏହି ତାଲିମ ଆଗାମୀ ଦିନରେ ଚାଲିବାକୁ ଥିବା ବେଳେ ଶିବିରାର୍ଥୀ ମାନେ ଯୋଗ ଓ ଆୟୁର୍ବେଦ ଚିକିତ୍ସା ନିଜନିଜ ଗ୍ରାମ ଓ ପଂଚାୟତରେ ଜନସାଧାରଣ ମାନଙ୍କୁ ଯୋଗ ଶିକ୍ଷା ଓ ଆୟୁର୍ବେଦ ଚିକିତ୍ସା ଯୋଗାଇବା ସହ ସଚେତନ କରିପରିବେ ବୋଲି ଆୟୋଜକଙ୍କ ତରଫରୁ କୁହାଯାଇଛି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande