ଆଜିଠୁ ରାଜ୍ୟରେ ସ୍କୁଲରେ ଖରା ଛୁଟି
ଭୁବନେଶ୍ୱର, 27 ଏପ୍ରିଲ୍ (ହି.ସ.)- ଆଜି ଏପ୍ରିଲ 27ରୁ ରାଜ୍ୟର ସମସ୍ତ ବିଦ୍ୟାଳୟ ଖରା ଛୁଟି ଆରମ୍ଭ ହୋଇଛି। ଜୁନ୍ ୧୭ ତାରିଖ ଯାଏ ଛୁଟି ରହିବ ସମସ୍ତ ସ୍କୁଲ । ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଗୁଆ ଖର
ଆଜିଠୁ ରାଜ୍ୟରେ ସ୍କୁଲରେ ଖରା ଛୁଟି


ଭୁବନେଶ୍ୱର, 27 ଏପ୍ରିଲ୍ (ହି.ସ.)-

ଆଜି ଏପ୍ରିଲ 27ରୁ ରାଜ୍ୟର

ସମସ୍ତ ବିଦ୍ୟାଳୟ ଖରା ଛୁଟି ଆରମ୍ଭ ହୋଇଛି। ଜୁନ୍ ୧୭ ତାରିଖ ଯାଏ ଛୁଟି ରହିବ ସମସ୍ତ ସ୍କୁଲ ।

ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ମୋହନ

ଚରଣ ମାଝୀ ଆଗୁଆ ଖରାଛୁଟି ଘୋଷଣା କରିଛନ୍ତି । ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ

ବେସରକାରୀ ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି

କରାଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande