ବାଲିଗୁଡ଼ା ବନଖଣ୍ଡରୁ ଆସିଲା ରଥ କାଠ
ପୁରୀ, ୨୭ ଏପ୍ରିଲ୍ (ହି.ସ.)- ବିଶ୍ୱ ପ୍ରସିଦ୍ଧ ଘୋଷ ଯାତ୍ରା ପାଇଁ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଦୃତ ଗତିରେ ଆଗେଇ ଚାଲିଛି । ଚଳିତ ବର୍ଷ ପ୍ରଥମ ଥର କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡରୁ ଆସିଛି ରଥକାଠ । ଗତକାଲି ବିଳମ୍ବିତ ରାତିରେ ରଥଖଳାରେ ପହଂଚିଛି ଏହି ରଥକାଠ ବୋଝେଇ ଟ୍ରଲର । ଆବଶ୍ୟକ ଅନୁ
ବାଲିଗୁଡ଼ା ବନଖଣ୍ଡରୁ ଆସିଲା ରଥ କାଠ


ପୁରୀ, ୨୭ ଏପ୍ରିଲ୍ (ହି.ସ.)- ବିଶ୍ୱ ପ୍ରସିଦ୍ଧ ଘୋଷ ଯାତ୍ରା ପାଇଁ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଦୃତ ଗତିରେ ଆଗେଇ ଚାଲିଛି । ଚଳିତ ବର୍ଷ ପ୍ରଥମ ଥର କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡରୁ ଆସିଛି ରଥକାଠ । ଗତକାଲି ବିଳମ୍ବିତ ରାତିରେ ରଥଖଳାରେ ପହଂଚିଛି ଏହି ରଥକାଠ ବୋଝେଇ ଟ୍ରଲର ।

ଆବଶ୍ୟକ ଅନୁଯାୟୀ କାଠ ଧିରେ ଧିରେ ବିଭିନ୍ନ ବନଖଣ୍ଡ ରେଞ୍ଜରୁ ରଥଖଳାକୁ ଆସୁଛି । ରବିବାର ବିଳମ୍ବିତ ରାତିରେ ପୁରୀରେ ପହଂଚିଛି ଏହି ଅଷ୍ଟମ ଦଫା ରଥ କାଠ । ବାଲିଗୁଡା ଡିଭିଜନର କୋଟଗଡ଼ ରେଞ୍ଜରୁ ଆସିଛି ଏହି ରଥକାଠ । ଏଥିରେ ରହିଛି ୪୦ ଫୁଟ ଲମ୍ବର ୨୩ ଖଣ୍ଡ ଧଉରା କାଠ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande