(ଅପଡେଟ) 19 ଟି ଡିଭିଜନରେ ନିଆଁ ଲାଗିଛି- ପିସିସିଏଫ
ଭୁବନେଶ୍ୱର, 27 ଏପ୍ରିଲ୍ (ହି.ସ.)- ଜଙ୍ଗଲ ନିଆଁ ନିୟନ୍ତ୍ରଣ ପାଇଁ ଜଙ୍ଗଲ ବିଭାଗ ସଜାଗ ରହିଛି। 19 ଟି ଡିଭିଜନରେ ନିଆଁ ଲାଗିଥିବା ଜଣାପଡିଛି।।ହେଲେ ବାଲିଗୁଡା ଓ କଳାହାଣ୍ଡି ରେଞ୍ଜରେ ଅଧିକ ସଂଖାରେ ନିଆଁ ଲାଗୁଛି ବୋଲି ପିସିସିଏଫ କେ ମୁରୁଗେସନ ସୂଚନା ଦେଇଛନ୍ତି।
(ଅପଡେଟ) 19 ଟି ଡିଭିଜନରେ     ନିଆଁ ଲାଗିଛି- ପିସିସିଏଫ


ଭୁବନେଶ୍ୱର, 27 ଏପ୍ରିଲ୍ (ହି.ସ.)- ଜଙ୍ଗଲ ନିଆଁ ନିୟନ୍ତ୍ରଣ ପାଇଁ ଜଙ୍ଗଲ ବିଭାଗ ସଜାଗ

ରହିଛି। 19 ଟି ଡିଭିଜନରେ ନିଆଁ ଲାଗିଥିବା ଜଣାପଡିଛି।।ହେଲେ

ବାଲିଗୁଡା ଓ କଳାହାଣ୍ଡି ରେଞ୍ଜରେ ଅଧିକ ସଂଖାରେ ନିଆଁ ଲାଗୁଛି ବୋଲି ପିସିସିଏଫ କେ ମୁରୁଗେସନ

ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାରେ ପୋଡ଼ୁ ଚାଷ

ପାଇଁ ନିଆଁ ଲଗାଉଛନ୍ତି। ଯଦିଓ ଏହା ଚାଷ ଜମି, ହେଲେ ଜଙ୍ଗଲ

ଡିଭିଜନ ରେ ଆସୁଥିବାରୁ ସଂଖ୍ୟା ବଢିଚାଲିଛି। ହେଲେ ଗତ ବର୍ଷ ଅପେକ୍ଷା ଏଥର ଜଙ୍ଗଲ ନିଆଁ

ନିୟନ୍ତ୍ରଣରେ ରହିଛି। ଗତ ବର୍ଷ ପ୍ରାୟ 30 ହଜାର ପଏଣ୍ଟରେ

ନିଆଁ ଲାଗିଥିବା ବେଳେ ଏଥର ଏହା 20 ହଜାର ପଏଣ୍ଟରେ

ପହଂଚିଛି।

ଜଙ୍ଗଲ ନିଆଁ ଖବର ମିଳିବା ମାତ୍ରେ 15 ମିନିଟରୁ ଅଧ ଘଣ୍ଟାଏ ଭିତରେ ନିଆଁ ଲିଭାଇବା ପାଇଁ

ଉଦ୍ୟମ ହେଉଛି। ରେସ୍ପୋନ୍ସ ହାର 99 ପ୍ରତିଶତ ରହିଛି।

ବନ ବିଭାଗ କର୍ମଚାରୀଙ୍କ ଆନ୍ତରିକ ଉଦ୍ୟମ ଓ ବନ ସୁରକ୍ଷା ସମିତିର ସଜାଗ ଯୋଗୁଁ ଜଙ୍ଗଲ ନିଆଁକୁ

ନିୟନ୍ତ୍ରଣ କରାଯାଇପାରୁଛି ବୋଲି ସେ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande