ସମର କୋର୍ସ ଏବଂ ସୁଟିଂ ନାଁରେ ବାହାର ରାଜ୍ୟକୁ ଶିଶୁ ଚାଲାଣ
ମାଲକାନଗିରି, ୨୭ ଏପ୍ରିଲ୍ (ହି.ସ.)- ଶିଶୁ ଚାଲାଣର ନୂଆ ତରିକା । ସମର କୋର୍ସ ଏବଂ ସୁଟିଂ ନାଁରେ ବାହାର ରାଜ୍ୟକୁ ଚାଲାଣ ହେଉଛନ୍ତି ଶିଶୁ । ଦିନକୁ ଦିନ ଶିଶୁ ଚାଲାଣ ବଢିବାରେ ଲାଗିଛି। ସୂଚନା ମୁତାବକ, ଆଜି ସାଇ କ୍ରିଷ୍ଣା ବସ ରେ କିଛି ଶିଶୁ ଚାଲାଣ ହେଉଥିବା ନେଇ ଚାଇଲ୍ଡ ଲାଇନକୁ ଏକ କଲ ଆସିଥିଲ
ସମର କୋର୍ସ ଏବଂ ସୁଟିଂ ନାଁରେ ବାହାର ରାଜ୍ୟକୁ ଶିଶୁ ଚାଲାଣ


ମାଲକାନଗିରି, ୨୭ ଏପ୍ରିଲ୍ (ହି.ସ.)- ଶିଶୁ ଚାଲାଣର ନୂଆ ତରିକା । ସମର କୋର୍ସ ଏବଂ ସୁଟିଂ ନାଁରେ ବାହାର ରାଜ୍ୟକୁ ଚାଲାଣ ହେଉଛନ୍ତି ଶିଶୁ । ଦିନକୁ ଦିନ ଶିଶୁ ଚାଲାଣ ବଢିବାରେ ଲାଗିଛି।

ସୂଚନା ମୁତାବକ, ଆଜି ସାଇ କ୍ରିଷ୍ଣା ବସ ରେ କିଛି ଶିଶୁ ଚାଲାଣ ହେଉଥିବା ନେଇ ଚାଇଲ୍ଡ ଲାଇନକୁ ଏକ କଲ ଆସିଥିଲା । ଏହାପରେ ଶିଶୁ ଵିଭାଗ ଦ୍ୱାରା ସେହି ବସ ଟିକୁ ମାଲକାନଗିରି ଥାନା ନିକଟରେ ଅଟକାଇ ଯାଞ୍ଚ କରିବା ଦ୍ୱାରା ସେହି ଗାଡ଼ିରୁ କିଛି ଶିଶୁଙ୍କୁ ଉଦ୍ଧାର କରାଯାଇଥିଲା । ସେମାନଙ୍କ ସହ ଆଲୋଚନା କରିବା ପରେ ସେମାନେ ବିଜୟୱାଡା ଯାଉଥିବା କହିଥିଲେ । ତେବେ ଶିଶୁମାନଙ୍କୁ ଉଦ୍ଧାର କରିବା ପରେ ସେହି ଶିଶୁ ମାନଙ୍କୁ ସିଡବ୍ଲୁସି ରେ ପ୍ରଡ୍ୟୁସ କରି ସେମାନଙ୍କୁ ତାଙ୍କ ପରିବାର ବର୍ଗଙ୍କ ନିକଟରେ ହସ୍ତାନ୍ତର କରାଯିବ ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande