
ଭୁବନେଶ୍ୱର, 27 ଏପ୍ରିଲ୍ (ହି.ସ.)- ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପଶ୍ଚିମବଙ୍ଗ
ଗସ୍ତ ରହିଛି । ଏହି ଗସ୍ତ ସମୟରେ ବଙ୍ଗର ନିର୍ବାଚନୀ ପ୍ରଚାର ମଙ୍ଗ ଧରିବେ ସିଏମ । ବଗଡାରେ ରୋଡ
ଶୋ କରି ନିଜ ଦଳର ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବା ସହ ରାଜାରହାଟରେ ସମାବେଶରେ ଯୋଗଦେବେ
ମୁଖ୍ୟମନ୍ତ୍ରୀ । ତା ସହ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ମାନଙ୍କ ସହ ରୁଦ୍ଧଦ୍ଵାର ବୈଠକ
ଅନୁଷ୍ଠିତ କରି ଓଡ଼ିଆ ସମ୍ପ୍ରଦାୟର ଲୋକଙ୍କ ସହ ଆଲୋଚନା କରିବାର ରହିଛି କାର୍ଯ୍ୟକ୍ରମ ।
ସେଠାରୁ ଓଡ଼ିଶା ଫେରିବା ପରେ ସିଧାସଳଖ ନିଜ ଜନ୍ମ ମାଟି କେନ୍ଦୁଝର ଅଭିମୁଖେ ଗସ୍ତ କରିବେ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ନିଜ ନିର୍ବାଚନ ମଣ୍ଡଳୀ ଓ ଜିଲ୍ଲାରେ ଥିବା ଦଳୀୟ ଏବଂ ସରକାରୀ
କାର୍ଯ୍ୟକ୍ରମରେ ହେବେ ସାମିଲ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା