ସୁଧୀର ପାତ୍ର ହତ୍ୟାକାଣ୍ଡର ଅଭିଯୁକ୍ତଙ୍କ ରିମାଣ୍ଡ ଅବଧି ଶେଷ
ଗଞାମ, ୨୭ ଏପ୍ରିଲ୍ (ହି.ସ.)- ବ୍ରହ୍ମପୁରର ପ୍ଲଟ ବ୍ଯବସାୟୀ ସୁଧୀର ପାତ୍ର ହତ୍ୟାକାଣ୍ଡ ସହ ଜଡିତ ଥିବା ୫ ଜଣ ଅଭିଯୁକ୍ତଙ୍କୁ ଗୋପାଳପୁର ପୁଲିସ୍ ତିନି ଦିନିଆ ରିମାଣ୍ଡରରେ ଆଣି ସିନ ରିକ୍ରେସନ ସହିତ ତଦନ୍ତ କରି ହତ୍ଯାକାଣ୍ଡ ସଂପର୍କରେ ବହୁ ତଥ୍ୟ ହାସଲ କରିଛି। ଆଜି ରିମାଣ୍ଡର ଶେଷ ଦିନ । ୫ ଜଣଙ
ସୁଧୀର ପାତ୍ର ହତ୍ୟାକାଣ୍ଡର ଅଭିଯୁକ୍ତଙ୍କ ରିମାଣ୍ଡ ଅବଧି ଶେଷ


ଗଞାମ, ୨୭ ଏପ୍ରିଲ୍ (ହି.ସ.)- ବ୍ରହ୍ମପୁରର ପ୍ଲଟ ବ୍ଯବସାୟୀ ସୁଧୀର ପାତ୍ର ହତ୍ୟାକାଣ୍ଡ ସହ ଜଡିତ ଥିବା ୫ ଜଣ ଅଭିଯୁକ୍ତଙ୍କୁ ଗୋପାଳପୁର ପୁଲିସ୍ ତିନି ଦିନିଆ ରିମାଣ୍ଡରରେ ଆଣି ସିନ ରିକ୍ରେସନ ସହିତ ତଦନ୍ତ କରି ହତ୍ଯାକାଣ୍ଡ ସଂପର୍କରେ ବହୁ ତଥ୍ୟ ହାସଲ କରିଛି। ଆଜି ରିମାଣ୍ଡର ଶେଷ ଦିନ । ୫ ଜଣଙ୍କ ଡାକ୍ତରୀ ପରିକ୍ଷା ଚାଲିଛି। ଏହାପରେ ପୁଣି ଏମାନଙ୍କୁ କୋର୍ଟରେ ହାଜର କରାଯାଇ ଜେଲକୁ ପଠଯିବ। ଜେଲରେ ଥିବା ସୁଧୀରଙ୍କ ଝିଆରି ନିବେଦିତାଙ୍କ ସମେତ ଅନ୍ୟ ୪ଜଣଙ୍କୁ ମଧ୍ୟ ପୁଲିସ ରିମାଣ୍ଡରେ ଆଣି ତଦନ୍ତ କରିବ ବୋଲି ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande