
ମାଲକାନଗିରି, ୨୭ ଏପ୍ରିଲ୍ (ହି.ସ.)- ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଘାଟିରେ ଜଳୁଛି ଜଙ୍ଗଲ। ଘାଟିରେ ଥିବା ଭଲଭ ହାଉସ ଛକ ଠାରୁ କିଛି ଦୂରରେ ଜଙ୍ଗଲ ହୁତୁହୁତୁ ହୋଇ ଜଳୁଛି। କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ଅନୁମାନ କରାଯାଉଛି। ବନ ବିଭାଗ କର୍ମଚାରୀଙ୍କ ଲଗାତାର ସର୍ଚ୍ଚ ଅପରେସନ ଚାଲିଥିଲେ ମଧ୍ୟ ସେମାନଙ୍କ ଆଖିରେ ଧୂଳି ଦେଇ ଲୋକେ ଜଙ୍ଗଲରେ ନିଆଁ ଲଗାଇବାରେ ସଫଳ ହେଉଛନ୍ତି। ପବନ ବୋହୁଥିବାରୁ ନିଆଁ ଚାରିପଟେ ବ୍ୟାପିବାରେ ଲାଗିଛି। ତୁରନ୍ତ ନିଆଁକୁ ଆୟତ୍ତ ନକଲେ ସମଗ୍ର ଜଙ୍ଗଲ ଜଳିଯିବ ବୋଲି କୁହାଯାଉଛି। ବନ ବିଭାଗର ସଚେତନତା ସତ୍ତ୍ବେ ଲୋକେ କୌଣସି ନିୟମ ମାନୁନାହାନ୍ତି। ଜଙ୍ଗଲରେ ନିଆଁ ଲଗାଉଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବନ ବିଭାଗ ଚେତାବନୀ ଦେଉଥିଲେ ମଧ୍ୟ ଲୋକେ ଏହାକୁ ଖାତିର କରୁନାହାନ୍ତି ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ