
ଭୁବନେଶ୍ୱର, ୨୭ ଏପ୍ରିଲ (ହି.ସ.)- ନିମାପଡ଼ାଠାରେ ଏକ ଯାତ୍ରୀ ବିଶ୍ରାମଗାରର ଲୋକାର୍ପଣ କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା।
ଏକ୍ସରେ ପୋଷ୍ଟ କରି ଶ୍ରୀମତୀ ପରିଡା ଲେଖିଛନ୍ତି ଆଜି ନିମାପଡ଼ାଠାରେ ଏକ ଯାତ୍ରୀ ବିଶ୍ରାମଗାରର ଲୋକାର୍ପଣ କାର୍ଯ୍ୟକ୍ରମରେ ଯୋଗଦେଲି। ଏହି ବିଶ୍ରାମଗାର ଯାତ୍ରୀମାନଙ୍କୁ ବିଶ୍ରାମ ପାଇଁ ଆଶ୍ରୟ ପ୍ରଦାନ କରିବା ସହ ଗ୍ରୀଷ୍ମ ପ୍ରକୋପ ଓ ବର୍ଷାରୁ ସୁରକ୍ଷା ଯୋଗାଇବ। ଏହି ଅବସରରେ ଜଗତସିଂହପୁରର ସାଂସଦ ବିଭୂ ପ୍ରସାଦ ତରାଇ ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା