ସିଜିମାଳି ପାଇଁ ଲଢ଼େଇ ଜାରି ରଖିବ ଯୁବ କଂଗ୍ରେସ
ଭୁବନେଶ୍ୱର, ୨୭ ଏପ୍ରିଲ (ହି.ସ.)- ରାୟଗଡା ଜିଲ୍ଲାର କାଶିପୁର ବ୍ଲକ ସିଜିମାଳି ରେ ଆଦିବାସୀଙ୍କ ଦମନ ଘଟଣା ପ୍ରତିବାଦରେ ଯୁବ କଂଗ୍ରେସ ପକ୍ଷରୁ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ସଭାପତିୀ ରଞ୍ଜିତ ପାତ୍ରଙ୍କ ନେତୃତ୍ୱରେ ଆଦିବାସୀ ମାନଙ୍କର ଅଧିକାର ପାଇଁ ରାୟଗଡ଼ା ଜିଲ୍ଲାପାଳଙ୍କ ସମ୍ମୁଖରେ ସତ୍ୟାଗ୍ରହ କର
yjki


ଭୁବନେଶ୍ୱର, ୨୭ ଏପ୍ରିଲ (ହି.ସ.)- ରାୟଗଡା ଜିଲ୍ଲାର କାଶିପୁର ବ୍ଲକ ସିଜିମାଳି ରେ ଆଦିବାସୀଙ୍କ ଦମନ ଘଟଣା ପ୍ରତିବାଦରେ ଯୁବ କଂଗ୍ରେସ ପକ୍ଷରୁ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ସଭାପତିୀ ରଞ୍ଜିତ ପାତ୍ରଙ୍କ ନେତୃତ୍ୱରେ ଆଦିବାସୀ ମାନଙ୍କର ଅଧିକାର ପାଇଁ ରାୟଗଡ଼ା ଜିଲ୍ଲାପାଳଙ୍କ ସମ୍ମୁଖରେ ସତ୍ୟାଗ୍ରହ କରାଯାଇଥିଲା । ସତ୍ୟାଗ୍ରହ କରିବା ସହିତ ଶ୍ରୀ ପାତ୍ର କଂଗ୍ରେସ ଦଳର କେନ୍ଦ୍ରୀୟ ନେତୃବୃନ୍ଦଙ୍କ ସହ ସିଜିମାଳି ଅଂଚଳ ମଧ୍ୟ ଗସ୍ତ କରିଥିଲେ । ସତ୍ୟାଗ୍ରହ ସମୟରେ ଅଖିଳ ଭାରତ ଯୁବ କଂଗ୍ରେସର ସଭାପତି ଉଦୟ ଭାନୁ ଚିବ ଏବଂ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପ୍ରଭାରୀ ଅଜୟ କୁମାର ଲଲ୍ଲୁ, ଅଖିଳ ଭାରତୀୟ ଯୁବ କଂଗ୍ରେସର ପ୍ରଭାରୀ ମନିଷ ଶର୍ମା ଯୋଗଦେଇ ଡବଲ ଇଞ୍ଜିନ ସରକାରକୁ ତାଙ୍କ ପ୍ରତିକ୍ରିୟା ମାଧ୍ୟମରେ କହିଥିଲେ ଯେ ଏ ସରକାର ଜନବିରୋଧି ଏବଂ ଆଦିବାସୀ ବିରୋଧି ସରକାର ପୁଞ୍ଜିପତି ମାନଙ୍କ ପାଖରେ ଏ ସରକାର ସମର୍ପଣ ହୋଇଯାଇଛି । ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଯେଉଁଭଳି ଭାବରେ ଦମନଲୀଳା ଚଳାଇଛନ୍ତି ଆଦିବାସୀ ମାନଙ୍କ ଉପରେ ଏଥିରୁ ନିବୃତ ରୁହନ୍ତୁ ନଚେତ ଯୁବ କଂଗ୍ରେସ ଆଦିବାସୀ ମାନଙ୍କର ଅଧିକାର ପାଇଁ ଲଢ଼େଇ ଜାରି ରଖିବ । କଂଗ୍ରେସ ଦଳ ଏବଂ ଯୁବ କଂଗ୍ରେସ ସବୁବେଳେ ସାଧାରଣ ଲୋକମାନଙ୍କ ପାଇଁ ସଂଗ୍ରାମ ଏବଂ ସଂଘର୍ଷ କରିଆସିଛି । ଆଦିବାସୀ ମାନଙ୍କର ହକ ପାଇଁ ଯୁବ କଂଗ୍ରେସ ସବୁବେଳେ ଏବଂ ସବୁ ସମୟରେ ସରକାର ଏବଂ ପ୍ରଶାସନ ସହ ଲଢ଼େଇ କରିବାକୁ ପ୍ରସ୍ତୁତ ଅଛି । ଏହି ସତ୍ୟାଗ୍ରହ କାର୍ଯ୍ୟକ୍ରମରେ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ସାଧାରଣ ସଂପାଦକ ସୁଦିପ ସାମଲ, ଗୋପନ ମାର୍ଥା, ଅଭିଜିତ ଜେନା, ସାହାରୁଖ ଖାନ ପ୍ରମୁଖ ସତ୍ୟାଗ୍ରହରେ ଯୋଗଦେଇଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande