ଖଇରପୁଟରେ ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି
ମାଲକାନଗିରି ,୨୭ ଏପ୍ରିଲ୍ (ହି.ସ.)- ଖଇରପୁଟ ବ୍ଲକ ପୋଡ଼ାଘାଟ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେଙ୍କ ଅଧ୍ୟକ୍ଷତାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣିରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦର ନିର
ଖଇରପୁଟରେ ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଶୁଣାଣି*


ମାଲକାନଗିରି ,୨୭ ଏପ୍ରିଲ୍ (ହି.ସ.)- ଖଇରପୁଟ ବ୍ଲକ ପୋଡ଼ାଘାଟ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେଙ୍କ ଅଧ୍ୟକ୍ଷତାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣିରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦର ନିର୍ବାହୀ ଅଧିକାରୀ ଦାଶରଥି ସରାବୁ, ଉପ-ଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ, ବନଖଣ୍ଡ ଅଧିକାରୀ ସାଇ କିରଣ ଏବଂ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଶ୍ମୀ ରଞ୍ଜନ ସେନାପତି ପ୍ରମୁଖ ଉପସ୍ଥିତ ରହି ଜନସାଧାରଣଙ୍କ ସମସ୍ୟା ଶୁଣିଥିଲେ। ଏହି ଶିବିରକୁ ଅତିରିକ୍ତ ଜିଲ୍ଲାପାଳ ପ୍ରୀତମ ଦେବତା ପରିଚାଳନା କରିଥିବା ବେଳେ ବ୍ଲକର ବିଡିଓ, ତହସିଲଦାର ଏବଂ ସମସ୍ତ ଲାଇନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ଶିବିରରେ ସମୁଦାୟ ୬୯ ଟି ଅଭିଯୋଗର ଶୁଣାଣି କରାଯାଇଥିଲା, ଯେଉଁଥିରେ ୧୦ ଟି ବ୍ୟକ୍ତିଗତ ଏବଂ ୫୯ ଟି ଗ୍ରାମ ଭିତ୍ତିକ ସମସ୍ୟା ରହିଥିଲା। ଶିବିରରେ ଜନସାଧାରଣଙ୍କୁ ବିଭିନ୍ନ ସେବା ଯୋଗାଇବା ପାଇଁ ସ୍ୱତନ୍ତ୍ର କ୍ୟାମ୍ପମାନ ଆୟୋଜନ କରାଯାଇଥିଲା। ଏଥିରେ ଭିନ୍ନକ୍ଷମମାନଙ୍କୁ ସହାୟତା ଉପକରଣ ପ୍ରଦାନ, ସ୍ୱାସ୍ଥ୍ୟ ପରୀକ୍ଷା, ମଧୁବାବୁ ପେନସନ ଯୋଜନାରେ ନୂତନ ଭତ୍ତା ମଞ୍ଜୁର, ଜମି ପଟ୍ଟା ସମ୍ବନ୍ଧୀୟ ସମସ୍ୟାର ସମାଧାନ ଏବଂ ରେଡକ୍ରସ ପାଣ୍ଠିରୁ ଆର୍ଥିକ ସହାୟତା ଭଳି ଗୁରୁତ୍ୱପୂର୍ଣ୍ଣ ସେବା ପ୍ରଦାନ କରାଯାଇଥିଲା। ଏହି ଅବସରରେ ଜିଲ୍ଲାପାଳ କହିଥିଲେ ଯେ, ପ୍ରଶାସନକୁ ଲୋକଙ୍କ ଘର ଦୁଆରମୁହଁରେ ପହଞ୍ଚାଇବା ଆମର ମୁଖ୍ୟ ଲକ୍ଷ୍ୟ, ଯଦ୍ୱାରା ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀ ସରକାରୀ ସେବାର ସୁଫଳ ପାଇପାରିବେ ଏବଂ ସେମାନଙ୍କ ସମସ୍ୟାର ତ୍ୱରିତ ସମାଧାନ ହୋଇପାରିବ।ପ୍ରଶାସନର ଏହି ପଦକ୍ଷେପକୁ ନେଇ ସାଧାରଣ ଜନତାଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପ୍ରକାଶ ପାଇଛି। ପ୍ରଶାସନକୁ ନିଜ ଦୁଆର ମୁହଁରେ ପାଇ ପୋଡ଼ାଘାଟ ଓ ଆଖପାଖ ଅଞ୍ଚଳର ଜନସାଧାରଣ ଖୁବ୍ ଉତ୍ସାହିତ ଥିବା ଦେଖିବାକୁ ମିଳିଥିଲା। ଗ୍ରାମବାସୀଙ୍କ ମତରେ, ପୂର୍ବରୁ ସାମାନ୍ୟ କାମ ପାଇଁ ଜିଲ୍ଲା ସଦର ମହକୁମାକୁ ଯିବାକୁ ପଡ଼ୁଥିଲା, କିନ୍ତୁ ଏବେ ବଡ଼ ବଡ଼ ଅଧିକାରୀମାନେ ଗାଁକୁ ଆସି ସମସ୍ୟା ଶୁଣୁଥିବାରୁ ସେମାନେ ଅନେକ ସମୟ ଓ ଖର୍ଚ୍ଚରୁ ରକ୍ଷା ପାଉଛନ୍ତି।

ଅନୁରୂପ ଭାବେ ଅନ୍ୟାନ୍ୟ ବ୍ଲକରେ ମଧ୍ୟ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି ଏବଂ ସଦର ମହକୁମାରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନଙ୍କ ଅଧ୍ୟକ୍ଷତାରେ ଅଭିଯୋଗ ଶୁଣାଣି ସଫଳତାର ସହ ସମ୍ପନ୍ନ ହୋଇଛି।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande