
ଜୟପୁର, ୨୬ ଏପ୍ରିଲ୍ (ହି.ସ.) - ଉତ୍କଳ ସମ୍ମିଳନୀ ପକ୍ଷରୁ ଜୟପୁରରେ ଓଡିଶା ପ୍ରଦେଶ ଗଠନ ର ପ୍ରମୂଖ ବିନ୍ଧାଣୀ ପାରଳା ମହାରାଜ ଶ୍ରୀ ଶ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୧୩୫ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ସମ୍ମିଳନୀ ପକ୍ଷରୁ ଆଜି ଜୟପୁର ଶ୍ରମ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ରହିଥିବା ଓଡିଶାର ପ୍ରଥମ ପ୍ରଧାନମନ୍ତ୍ରୀ ଗଜପତିଙ୍କ ପ୍ରତିମୂର୍ତ ଉପରେ ପୂର୍ବାହ୍ନରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ସମ୍ମିଳନୀର କୋରାପୁଟ ଜିଲ୍ଳା ଶାଖା ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ବରେଣ୍ୟ ଅତିଥି ମାନେ ଆସି ଗଜପତିଙ୍କ ସ୍ମୃତି ଚାରଣ କରିବା ସହ ତାଙ୍କ ଜୀବନୀ ଏବଂ ଓଡ଼ିଶା ପ୍ରତି ରହିଥିବା ଅବଦାନ ସଂପର୍କରେ କହିଥିଲେ । ଏକ ସ୍ମୃତି ସଭା ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏଥିରେ ପୌରୋହିତ୍ୟ କରିଥିଲେ ସଭାପତି ମଦନ ମୋହନ ନାୟକ ଏବଂ ସଂଯୋଜନା କରିଥିଲେ କବିରାଜ ପରମେଶ୍ୱର ପାତ୍ର । ଏଥିରେ ଉପଦେଷ୍ଟା ବିଦୋନ ମହାପାତ୍ର, ପୂର୍ବତନ ପୌର ଉପାଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ରଥ, ଡାକ୍ତର ସୁଦର୍ଶନ ଗୌଡ଼, ସଂପାଦକ ନବୀନ ମାଦଳା, ଉପସଭାପତି ରାଜେନ୍ଦ୍ର କୁମାର ଗୌଡ଼, କୋଷାଧ୍ୟକ୍ଷ ନରେଶ ମହାକୁଳ, ରାମ ନାୟକ, ସୁରେନ୍ଦ୍ର ଖରା, ସତ୍ୟ ନାରାୟଣ ପରିଛା ଯୋଗ ଦେଇଥିବା ବେଳେ ପୂଜ୍ୟପୂଜା ସଂସଦ ପକ୍ଷରୁ କେଦାର ନାଥ ବେହେରା, ଉଦୟ ଚରଣ ଜାନୀ, ତପନ କିରଣ ତ୍ରିପାଠୀ, ପ୍ରମୋଦ ରାଉଳ, ବୈରାଗୀ ଚରଣ ସାହୁ, ନରସିଂହ ଚୌଧୁରୀ ପ୍ରମୁଖ ଯୋଗ ଦେଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି