
ଭୁବନେଶ୍ୱର, 26 ଏପ୍ରିଲ (ହି.ସ.) ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ଜୟନ୍ତୀ ଅବସରରେ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କୁ ଶ୍ରଦ୍ଧାଂଜଳି ଜଣାଇଛନ୍ତି ।
ସେ ସୋସିଆଲ ମିଡିଆରେ ଲେଖିଛନ୍ତି,ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ବରେଣ୍ୟ ସାଧକ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୟନ୍ତୀରେ ମୋର ଶ୍ରଦ୍ଧାଞ୍ଜଳି ଜଣାଇଛି। ଓଡ଼ିଶାକୁ ପ୍ରଗତିଶୀଳ କରିବା ସହ ଶିକ୍ଷା ଓ ସାହିତ୍ୟର ପ୍ରସାରରେ ସମାଜର ଉନ୍ନତି ପାଇଁ ତାଙ୍କ ଅତୁଳନୀୟ ଅବଦାନ ସର୍ବଦା ପ୍ରେରଣାଦାୟୀ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ