ଅପରାହ୍ନ ୨ଟା ୩୦ ସୁଦ୍ଧା ଝାରସୁଗୁଡ଼ାରେ ତାପମାତ୍ରା ସର୍ବାଧିକ ୪୩.୮ ଡ଼ିଗ୍ରୀ ରେକର୍ଡ଼
ଭୁବନେଶ୍ୱର, ୨୬ ଅପ୍ରେଲ (ହି.ସ.)- ଶନିବାର ରାଜ୍ୟର ଅଧିକାଂଶ ସହରରେ ତାପମାତ୍ରା ୪୦ ଡ଼ିଗ୍ରୀ ଉପରେ କିମ୍ବା ୪୦ ଡ଼ିଗ୍ରୀ ପାଖାପାଖି ରହିଛି । ଅପରାହ୍ନ ୨ଟା ୩୦ ସୁଦ୍ଧା ଝାରସୁଗୁଡ଼ାରେ ତାପମାତ୍ରା ରାଜ୍ୟରେ ସର୍ବାଧିକ ୪୩.୮ ଡ଼ିଗ୍ରୀ ରେକର୍ଡ଼ ହୋଇଛି । ଲଗାତାର ଝାରସୁଗୁଡ଼ାର ତାପମାତ୍ରା ୪୩ ଡ଼ିଗ୍ରୀ ଉପରେ
ଅପରାହ୍ନ ୨ଟା ୩୦ ସୁଦ୍ଧା ଝାରସୁଗୁଡ଼ାରେ ତାପମାତ୍ରା ସର୍ବାଧିକ ୪୩.୮ ଡ଼ିଗ୍ରୀ ରେକର୍ଡ଼


ଭୁବନେଶ୍ୱର, ୨୬ ଅପ୍ରେଲ (ହି.ସ.)- ଶନିବାର ରାଜ୍ୟର ଅଧିକାଂଶ ସହରରେ ତାପମାତ୍ରା ୪୦ ଡ଼ିଗ୍ରୀ ଉପରେ କିମ୍ବା ୪୦ ଡ଼ିଗ୍ରୀ ପାଖାପାଖି ରହିଛି । ଅପରାହ୍ନ ୨ଟା ୩୦ ସୁଦ୍ଧା ଝାରସୁଗୁଡ଼ାରେ ତାପମାତ୍ରା ରାଜ୍ୟରେ ସର୍ବାଧିକ ୪୩.୮ ଡ଼ିଗ୍ରୀ ରେକର୍ଡ଼ ହୋଇଛି । ଲଗାତାର ଝାରସୁଗୁଡ଼ାର ତାପମାତ୍ରା ୪୩ ଡ଼ିଗ୍ରୀ ଉପରେ ରହୁଛି ।

ସେହିପରି ସମ୍ବଲପୁରରେ ୪୨.୮ ଡ଼ିଗ୍ରୀ, ହିରାକୁଦରେ ୪୨.୪ ଡ଼ିଗ୍ରୀ, ରାଉରକେଲାରେ ୪୨.୪ ଡ଼ିଗ୍ରୀ, କେନ୍ଦୁଝରରେ ୩୯.୬ ଡ଼ିଗ୍ରୀ, ଚାନ୍ଦବାଲିରେ ୩୬.୪ ଡ଼ିଗ୍ରୀ, ବାଲେଶ୍ୱରରେ ୩୪.୮ ଡ଼ିଗ୍ରୀ, ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୩୪.୪ ଡ଼ିଗ୍ରୀ ରେକର୍ଡ଼ ହୋଇଛି ।

ଅନୁରୂପ ଭାବେ ପୁରୀରେ ତାପମାତ୍ରା ୩୧.୪ ଡ଼ିଗ୍ରୀ, ପାରାଦୀପରେ ୩୧.୨ ଡ଼ିଗ୍ରୀ ଏବଂ ଗୋପାଳପୁରରେ ୩୦.୮ ଡ଼ିଗ୍ରୀ ରେକର୍ଡ଼ ହୋଇଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ରବିବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande